ଇସ୍ରାଏଲରେ କେରଳ ନର୍ସ ଆହତ , ସ୍ବାମୀଙ୍କ ସହ ଭିଡିଓ କଲରେ କଥା ହେଉଥିବାବେଳେ ହମାସ ଆକ୍ରମଣର ଶିକାର
ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଆକ୍ରମଣରେ ଜଣେ ଭାରତୀୟ ନର୍ସ ଆହତ ହୋଇଛନ୍ତି। ଉକ୍ତ ଭାରତୀୟ ନର୍ସ ଜଣଙ୍କ କେରଳର। ତାଙ୍କ ନାଁ ଶିଜା ଆନନ୍ଦ। ସେ ଇସ୍ରାଏଲର ଆଶ୍କେଲନରେ ଗତ ୭ ବର୍ଷ ହେବ ରହୁଥିଲେ। ଶିଜା ତାଙ୍କ ସ୍ବାମୀଙ୍କ ସହ ଭିଡିଓ କଲରେ କଥା ହେଉଥିବାବେହଳେ ହମାସ୍ ଆକ୍ରମଣର ଶିକାର ହୋଇଥିଲେ। ଇସ୍ରାଏଲରେ ହମାସ ଆକ୍ରମଣ ହେବାପରେ ଶିଜା ତାଙ୍କ ପରିବାର ସଦସ୍ୟଙ୍କୁ ସେ ସୁରକ୍ଷିତ ଥିବା ଜଣାଇବାପାଇଁ ଫୋନ୍ କରିଥିଲେ। କିନ୍ତୁ […]
ନୂଆଦିଲ୍ଲୀ: ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀ ହମାସ୍ ଆକ୍ରମଣରେ ଜଣେ ଭାରତୀୟ ନର୍ସ ଆହତ ହୋଇଛନ୍ତି। ଉକ୍ତ ଭାରତୀୟ ନର୍ସ ଜଣଙ୍କ କେରଳର। ତାଙ୍କ ନାଁ ଶିଜା ଆନନ୍ଦ। ସେ ଇସ୍ରାଏଲର ଆଶ୍କେଲନରେ ଗତ ୭ ବର୍ଷ ହେବ ରହୁଥିଲେ। ଶିଜା ତାଙ୍କ ସ୍ବାମୀଙ୍କ ସହ ଭିଡିଓ କଲରେ କଥା ହେଉଥିବାବେହଳେ ହମାସ୍ ଆକ୍ରମଣର ଶିକାର ହୋଇଥିଲେ। ଇସ୍ରାଏଲରେ ହମାସ ଆକ୍ରମଣ ହେବାପରେ ଶିଜା ତାଙ୍କ ପରିବାର ସଦସ୍ୟଙ୍କୁ ସେ ସୁରକ୍ଷିତ ଥିବା ଜଣାଇବାପାଇଁ ଫୋନ୍ କରିଥିଲେ। କିନ୍ତୁ ପରିବାର ସଦସ୍ୟଙ୍କ ସହ କଥା ହେଉଥିବା ବେଳେ ହଠାତ୍ ଏକ ପ୍ରଚଣ୍ଡ ଶବ୍ଦ ହୋଇ ଫୋନ୍ କଟି ଯାଇଥିଲା। ଶିଜାଙ୍କର ଅନ୍ୟ ଜଣେ ବନ୍ଧୁ ତାଙ୍କ ପରିବାର ସଦସ୍ୟଙ୍କୁ ସଙ୍ଗେସଙ୍ଗେ ଫୋନ୍ କରି ଜଣାଇଥିଲେ ଯେ ଶିଜାଙ୍କ ଶରୀରରେ ଗଭୀର ଆଘାତ ଲାଗିଛି ଏବଂ ତାଙ୍କର ତୁରନ୍ତ ଅସ୍ତ୍ରୋପଚାର ଦରକାର। ତେବେ ଶିଜା ପୁଣିଥରେ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା ହୋଇଥିବା ଜଣାପଡ଼ିଛି। ହସ୍ପିଟାଲ୍ ବେଡ୍ରୁ ଶିଜା ପରିବାର ସଦସ୍ୟଙ୍କୁ ଫୋନ୍ କରି ସେ ସୁରକ୍ଷିତ ଥିବା କହିଛନ୍ତି। ହସ୍ପିଟାଲ୍ ବେଡ୍ରୁ ଫୋନ୍ କହି ଶିଜା କହିଥିଲେ ଆମ୍ମା, ଆଇ ଆମ୍ ଓକେ।




