ଇସ୍ରାଏଲରେ ଋଷି ସୁନକ, ନେତାନ୍ୟାହୁଙ୍କ ସହ କଥା ହେଲେ
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ୨ ଦିନିଆ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବା ସୁନକ ଆଜି ଇସ୍ରାଏଲରେ ପହଞ୍ଚିବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଇସ୍ରାଏଲର ସବୁଠୁ ଖରାପ୍ ସମୟରେ ବ୍ରିଟେନ୍ ଇସ୍ରାଏଲ ସହ ରହିବ ବୋଲି ସୁନକ ନିଶ୍ଚିତ କରିଛନ୍ତି। ସୁନକ କହିଛନ୍ତି, ମୁଁ ଜାଣେ ଯେ ଆପଣ ନାଗରିକଙ୍କୁ କ୍ଷତି ନପହଞ୍ଚାଇବାପାଇଁ ସମସ୍ତ ପ୍ରକାର […]
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପରେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଇସ୍ରାଏଲ ଗସ୍ତ କରିଛନ୍ତି। ୨ ଦିନିଆ ମଧ୍ୟପ୍ରାଚ୍ୟ ଗସ୍ତରେ ଥିବା ସୁନକ ଆଜି ଇସ୍ରାଏଲରେ ପହଞ୍ଚିବାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଇସ୍ରାଏଲର ସବୁଠୁ ଖରାପ୍ ସମୟରେ ବ୍ରିଟେନ୍ ଇସ୍ରାଏଲ ସହ ରହିବ ବୋଲି ସୁନକ ନିଶ୍ଚିତ କରିଛନ୍ତି। ସୁନକ କହିଛନ୍ତି, ମୁଁ ଜାଣେ ଯେ ଆପଣ ନାଗରିକଙ୍କୁ କ୍ଷତି ନପହଞ୍ଚାଇବାପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ସୁନକ କହିଛନ୍ତି, ପାଲେଷ୍ଟିନୀୟମାନେ ମଧ୍ୟ ହମାସ ଆକ୍ରମଣର ଶିକାର ହୋଇଛନ୍ତି। ଆପଣ ଗାଜାକୁ ମାନବୀୟ ସହାୟତା ପଠାଇବାପାଇଁ ରାଜି ହେବା ନିଷ୍ପତ୍ତିକୁ ମୁଁ ସ୍ବାଗତ କରୁଛି। ଇସ୍ରାଏଲର ଏଭଳି ଖରାପ ସମୟରେ ବନ୍ଧୁ ଭାବେ ଏଠାରେ ଆପଣଙ୍କ ସହ ଠିଆ ହୋଇ ମୁଁ ଗର୍ବିତ। ଆମେ ଆପଣଙ୍କ ସମର୍ଥନରେ ଠିଆ ହେବୁ ଏବଂ ଆପଣଙ୍କ ଲୋକଙ୍କ ସହ ଠିଆ ହେବୁ। ସୁନକ କହିଛନ୍ତି, ଆମେ ମଧ୍ୟ ଚାହୁ ଯେ ଆପଣ ହିଁ ଯୁଦ୍ଧ ଜିତନ୍ତୁ।




