ଇସ୍ରାଏଲରେ ଅଛନ୍ତି ୧୮ ହଜାର ଭାରତୀୟ, ସମସ୍ତେ ସୁରକ୍ଷିତ , ଦୂତାବାସ ସହ ଯୋଗାଯୋଗରେ ଅଛନ୍ତି
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଥିବାବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି। ତେବେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ କାହାର କୌଣସି ଅସୁବିଧା ହୋଇନି। ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗଯୋଗରେ ଅଛି। ତେବେ ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକ ଏବଂ ପର୍ଯ୍ୟଟକ ସେମାନଙ୍କୁ ସୁରକ୍ଷିତ ଭାବେ ଇସ୍ରାଏଲରୁ ନେଇଯିବାପାଇଁ ତେଲ୍ ଅବିବ […]
ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଜାରି ରହିଥିବାବେଳେ ଇସ୍ରାଏଲରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରସଙ୍ଗ ଏବେ ସରକାରଙ୍କ ଚିନ୍ତା ବଢ଼ାଇଛି। ଇସ୍ରାଏଲରେ ଏବେ ପ୍ରାୟ ୧୮ ହଜାର ଭାରତୀୟ ରହୁଛନ୍ତି। ତେବେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି ଏବଂ କାହାର କୌଣସି ଅସୁବିଧା ହୋଇନି। ଭାରତୀୟ ଦୂତାବାସ ସେମାନଙ୍କ ସହ ଯୋଗଯୋଗରେ ଅଛି। ତେବେ ଇସ୍ରାଏଲରେ ଫସିଥିବା ଭାରତୀୟ ନାଗରିକ ଏବଂ ପର୍ଯ୍ୟଟକ ସେମାନଙ୍କୁ ସୁରକ୍ଷିତ ଭାବେ ଇସ୍ରାଏଲରୁ ନେଇଯିବାପାଇଁ ତେଲ୍ ଅବିବ ସ୍ଥିତ ଭାରତୀୟ ଦୂତାବାସକୁ ଅନୁରୋଧ କରିଛନ୍ତି। ଇସ୍ରାଏଲରେ ଅନେକ ଭାରତୀୟ କାମ କରୁଛନ୍ତି। ଇସ୍ରାଏଲ ଯାଇଥିବା କିଛି ବ୍ୟବସାୟୀ ମଧ୍ୟ ଫସି ଯାଇଛନ୍ତି। ସେମାନଙ୍କୁ ତୁରନ୍ତ ଉଦ୍ଧାର କରିବାପାଇଁ ସେମାନେ ଅନୁରୋଧ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଶନିବାର ଦିନ ତେଲ୍ ଅବିବ ସ୍ଥିତ ଭାରତୀୟ ମିସନ୍ ଏବଂ ପାଲେଷ୍ଟାଇନ ସ୍ଥିତ ଭାରତୀୟ ପ୍ରତିନିଧି ଅଫିସ ପକ୍ଷରୁ ଭାରତୀୟ ନାଗରିକଙ୍କ ପାଇଁ ଏକ ନିର୍ଦ୍ଦେଶାବଳି ଜାରି ହୋଇଥିଲା । ଭାରତୀୟ ନାଗରିକ ସତର୍କ ରହିବାପାଇଁ ଏହି ନିର୍ଦ୍ଦେଶାବଳିରେ କୁହାଯାଇଥିଲା ଏବଂ ଏଥିସହ କୌଣସି ପ୍ରକାର ଜରୁରୀ ସ୍ଥିତିରେ ଅଫିସ ସହ ସିଧାସଳଖ ଯୋଗାଯୋଗ କରିବାକୁ କୁହାଯାଇଛି। ଦୂତାବାସ ଅଧିକାରୀମାନେ କହିଛନ୍ତି, ସେମାନେ ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ସବୁ ସମୟରେ ଉପଲବ୍ଧ।




