ଇସ୍ରାଏଲକୁ ବାଇଡେନଙ୍କ ଚେତାବନୀ, ଗାଜା ଅକ୍ତିଆର କରିବା ମସ୍ତ ବଡ଼ ଭୁଲ୍ ହୋଇଯିବ

ୱାସିଂଟନ୍ : ଇସ୍ରାଏଲ-ହମାସ ଯୁଦ୍ଧ ଆଜି ୧୦ ଦିନରେ ପହଞ୍ଚିଛି। ଗାଜାରେ ହମାସ ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି। ଏଥିପାଇଁ ଉତ୍ତର ଗାଜାରୁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଇସ୍ରାଏଲ ସେନା ଏକ ବିଶାଳ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ସହ ଗାଜାକୁ ପୁନଃ ନିୟନ୍ତ୍ରଣକୁ ନେବାପାଇଁ ଲକ୍ଷ୍ୟ ରଖିଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି […]

Samaya Live Picture
Published On

ୱାସିଂଟନ୍ : ଇସ୍ରାଏଲ-ହମାସ ଯୁଦ୍ଧ ଆଜି ୧୦ ଦିନରେ ପହଞ୍ଚିଛି। ଗାଜାରେ ହମାସ ଆତଙ୍କବାଦୀଙ୍କୁ ସମୂଳେ ନାଶ କରିବାପାଇଁ ଇସ୍ରାଏଲ ସେନା ଯେକୌଣସି ସମୟରେ ବିଶାଳ ସ୍ଥଳ ଅଭିଯାନ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛି। ଏଥିପାଇଁ ଉତ୍ତର ଗାଜାରୁ ନାଗରିକମାନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଇସ୍ରାଏଲ ସେନା ଏକ ବିଶାଳ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ସହ ଗାଜାକୁ ପୁନଃ ନିୟନ୍ତ୍ରଣକୁ ନେବାପାଇଁ ଲକ୍ଷ୍ୟ ରଖିଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି ଏନେଇ ଇସ୍ରାଏଲକୁ କଡ଼ା ଚେତାବନୀ ଦେଇଛନ୍ତି। ହମାସ୍ ଶାସିତ ଗାଜା ଅଞ୍ଚଳକୁ ଇସ୍ରାମଏଲର ପୁନଃ ଦଖଲ ଅଭିଯାନ ନେଇ ବାଇଡେନ୍ ସଚେତନ କରିଛନ୍ତି। ସିବିଏସ୍ ନ୍ୟୁଜ୍କୁ ସାକ୍ଷାତକାର ଦେଇ ବାଇଡେନ୍ ଇସ୍ରାଏଲକୁ ଗାଜା ଷ୍ଟ୍ରିପ୍ ବିରୋଧରେ ଅଭିଯାନ ବିରୋଧରେ ସତର୍କ କରିଛନ୍ତି। ବାଇଡେନ କହିଛନ୍ତି, ମୁଁ ଭାବୁଛି ଗାଜାକୁ ପୁନଃ ନିୟନ୍ତ୍ରଣ କରିବା ଇସ୍ରାଏଲ ପାଇଁ ବହୁତ ବଡ଼ ଭୁଲ୍ ହୋଇଯିବ। କିନ୍ତୁ ସମ୍ପୃକ୍ତ ଅଞ୍ଚଳରୁ ଆତଙ୍କବାଦୀଙ୍କୁ ହଟାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ବାରୋପ କରିଛନ୍ତି। ବାଇଡେନ କହିଛନ୍ତି, ମୁଁ ବିଶ୍ବାସ କରୁଛି ଯେ ଇସ୍ରାଏଲ ଯୁଦ୍ଧର ନିୟମ ଅଧୀନରେ କାର୍ଯ୍ୟ କରିବ।

Tags: