ଇସ୍ରାଏଲକୁ ପୁଣି ଧମକ ଦେଲା ଇରାନ୍‌, ଯୁଦ୍ଧ ଜାରି ରହିଲେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ

ତେହେରାନ: ଗାଜା ଅଭିଯାନକୁ ବିରୋଧ କରି ଇରାନ ଇସ୍ରାଏଲକୁ ଲଗାତାର ଧମକ ଦେଇଚାଲିଛି। ଇସ୍ରାଏଲ ଯଦି ‘ଯୁଦ୍ଧ ଅପରାଧ ଏବଂ ଗଣହତ୍ୟା’ ଜାରି ରଖେ, ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ଭୟଙ୍କର ପରିଣାମ ଆସିପାରେ ବୋଲି ଇରାନ ପୁଣିଥରେ ଚେତାବନୀ ଦେଇଛି। ଇରାନର ଶୀର୍ଷ ଅଧିକାରୀମାନେ କହିଛନ୍ତି , ତେହେରାନ ଏଥିରେ ହସ୍ତକ୍ଷେପ କରିବ ଏବଂ ଯଦି ଇସ୍ରାଏଲ ହମାସ୍‌ ନିୟନ୍ତ୍ରିତ ଗାଜାରେ ସ୍ଥଳ ଆକ୍ରମଣ କରେ ତେବେ ସେମାନେ ବିରାଟ ପ୍ରତିରୋଧକୁ ସାମ୍ନା […]

Samaya Live Picture
Published On

ତେହେରାନ: ଗାଜା ଅଭିଯାନକୁ ବିରୋଧ କରି ଇରାନ ଇସ୍ରାଏଲକୁ ଲଗାତାର ଧମକ ଦେଇଚାଲିଛି। ଇସ୍ରାଏଲ ଯଦି ‘ଯୁଦ୍ଧ ଅପରାଧ ଏବଂ ଗଣହତ୍ୟା’ ଜାରି ରଖେ, ତେବେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବ ଏବଂ ଭୟଙ୍କର ପରିଣାମ ଆସିପାରେ ବୋଲି ଇରାନ ପୁଣିଥରେ ଚେତାବନୀ ଦେଇଛି। ଇରାନର ଶୀର୍ଷ ଅଧିକାରୀମାନେ କହିଛନ୍ତି , ତେହେରାନ ଏଥିରେ ହସ୍ତକ୍ଷେପ କରିବ ଏବଂ ଯଦି ଇସ୍ରାଏଲ ହମାସ୍‌ ନିୟନ୍ତ୍ରିତ ଗାଜାରେ ସ୍ଥଳ ଆକ୍ରମଣ କରେ ତେବେ ସେମାନେ ବିରାଟ ପ୍ରତିରୋଧକୁ ସାମ୍ନା କରିବେ। ଇରାନର ସରକାରୀ ଗଣମାଧ୍ୟମ ଅନୁଯାୟୀ, ଇରାନର ବୈଦେଶିକ ମନ୍ତ୍ରୀ ହୁସେନ ଅମିରାବ୍ଦୋଲାହିଆନ ଦୋହାରେ ହମାସ୍‌ ପଲିଟ୍ ବୁରୋ ମୁଖ୍ୟ ଇସମାଇଲ ହାନିୟେହଙ୍କ ସହ ସାକ୍ଷାତ କରିଛନ୍ତି।
ହମାସ୍‌ ବିରୋଧରେ ଲଢ଼େଇରେ ଇସ୍ରାଏଲକୁ ସମର୍ଥନ କରିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱିତୀୟ ବିମାନବାହୀ ଯୁଦ୍ଧ ଜାହାଜ ପଠାଇସାରିଛି। ୟୁଏସ୍ଏସ୍ ଡ୍ୱାଇଟ୍ ଡି ଆଇଜେନହାଓ୍ଵାର କ୍ୟାରିୟର ଷ୍ଟ୍ରାଇକ୍ ଗ୍ରୁପ୍‌ ପୂର୍ବ ଭୂମଧ୍ୟସାଗରରେ ପହଞ୍ଚିଛି।
ସେପଟେ ଇସ୍ରାଏଲରେ ୨୯ ଜଣ ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା କଥା ଆମେରିକାର ବୈଦେଶିକ ବିଭାଗ ସ୍ପଷ୍ଟ କରିଛି। ସଦ୍ୟତମ ହିସାବ ଅନୁଯାୟୀ, ପାଲେଷ୍ଟିନୀୟଙ୍କ ମୃତ୍ୟୁ ଗାଜାରେ ପୂର୍ବ ଯୁଦ୍ଧ ତୁଳନାରେ ଅଧିକ ହୋଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ସଦ୍ୟତମ ସଂଘର୍ଷରେ ଅତି କମ୍‌ରେ ୨,୩୨୯ ପାଲେଷ୍ଟିନୀୟ ପ୍ରାଣ ହରାଇଛନ୍ତି। ଏହା ୨୦୧୪ରେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ତୃତୀୟ ଯୁଦ୍ଧରେ ୨,୨୫୧ ପାଲେଷ୍ଟିନୀୟ ପ୍ରାଣ ହରାଇଥିଲେ। ଇସ୍ରାଏଲରେ ହମାସ ଆକ୍ରମଣରେ ୧,୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩,୨୨୭ ଜଣ ଆହତ ହୋଇଛନ୍ତି।

Tags: