ଇସ୍ତଫା ‌ଦେଲେ ମାଇକ୍ରୋସଫ୍ଟ ଇଣ୍ଡିଆ ସଭାପତି

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଇଣ୍ଡିଆ ସଭାପତି ଅନନ୍ତ ମାହେଶ୍ବରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ ସମୟରେ ମାହେଶ୍ବରୀ ଚାକିରି ଛାଡ଼ି ଦେଇଛନ୍ତି। କମ୍ପାନିରେ ଅନନ୍ତଙ୍କ ଯୋଗଦାନ ପାଇଁ କମ୍ପାନି ତାଙ୍କୁ ଧନ୍ୟବାଦ ଜଣାଇଛି। ତେବେ କମ୍ପାନିର ସିଓଓ ଇରିନା ଘୋଷଙ୍କୁ ଭାରତରେ ଏମ୍‌ଡି ଭାବେ ନିଯୁକ୍ତ କରାଯାଇଛି। ଏମଡି ପଦରେ ଥିବା ଶଶୀ ଶ୍ରୀଧରନଙ୍କୁ ଅନ୍ୟ ଏକ ଉଚ୍ଚ ପଦରେ ଅବସ୍ଥାପିତ କରାଯାଇଛି। ଏଡବ୍ଲୁଏସ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ ପୁନୀତ ଚଣ୍ଡୋକ […]

Samaya Live Picture
Published On

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଇଣ୍ଡିଆ ସଭାପତି ଅନନ୍ତ ମାହେଶ୍ବରୀ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କମ୍ପାନିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ ସମୟରେ ମାହେଶ୍ବରୀ ଚାକିରି ଛାଡ଼ି ଦେଇଛନ୍ତି। କମ୍ପାନିରେ ଅନନ୍ତଙ୍କ ଯୋଗଦାନ ପାଇଁ କମ୍ପାନି ତାଙ୍କୁ ଧନ୍ୟବାଦ ଜଣାଇଛି। ତେବେ କମ୍ପାନିର ସିଓଓ ଇରିନା ଘୋଷଙ୍କୁ ଭାରତରେ ଏମ୍‌ଡି ଭାବେ ନିଯୁକ୍ତ କରାଯାଇଛି। ଏମଡି ପଦରେ ଥିବା ଶଶୀ ଶ୍ରୀଧରନଙ୍କୁ ଅନ୍ୟ ଏକ ଉଚ୍ଚ ପଦରେ ଅବସ୍ଥାପିତ କରାଯାଇଛି। ଏଡବ୍ଲୁଏସ୍‌ ଇଣ୍ଡିଆର ପୂର୍ବତନ ମୁଖ୍ୟ ପୁନୀତ ଚଣ୍ଡୋକ ମାଇକ୍ରୋସଫ୍ଟ ଇଣ୍ଡିଆର ମୁଖ୍ୟ ହୋଇପାରନ୍ତି ବୋଲି କୁହାଯାଉଛି। କମ୍ପାନିର ନିର୍ଦ୍ଦେଶକ (ରାଷ୍ଟ୍ରାୟତ୍ତ କ୍ଷେତ୍ର) ନବତେଜ ବଳଙ୍କୁ ସିଓଓ ବା ମୁଖ୍ୟ ପରିଚାଳନା ଅଧିକାରୀ ପଦକୁ ପଦୋନ୍ନତି ଦିଆଯାଇଛି। ସେହିଭଳି ଭେଙ୍କଟ କ୍ରିଷ୍ଣନଙ୍କୁ ପଦ୍ନୋନ୍ନତି ଦିଆଯାଇ ରାଷ୍ଟ୍ରାୟତ୍ତ କ୍ଷେତ୍ରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ ଅବସ୍ଥାପିତ କରାଯାଇଛି। ଅନ୍ୟ କାର୍ଯ୍ୟ ପାଇଁ ମା‌ହେଶ୍ବରୀ କମ୍ପାନି ଛାଡ଼ିଥିବା ଜଣାପଡ଼ିଛି।

Tags: