ଇସ୍ତଫା ଦେବାପରେ ଇଡି ହାଜତରେ ହେମନ୍ତ ସୋରେନ, ଚମ୍ପାଇ ସୋରେନ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବାର କିଛି ମିନିଟ୍ ପରେ ସୋରେନଙ୍କୁ ଆଜି ସନ୍ଧ୍ୟାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଧିକାରୀମାନେ ହାଜତକୁ ନେଇ ଯାଇଛନ୍ତି। ଖୁବ୍ଶୀଘ୍ର ସୋରେନ ଗିରଫ ହୋଇପାରନ୍ତି। ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ ତଥା ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର ଜଣେ ବରିଷ୍ଠ ନେତା ହେମନ୍ତ ସୋରେନଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ଆଜି […]

Samaya Live Picture
Published On

ନୂଆଦିଲ୍ଲୀ : ହେମନ୍ତ ସୋରେନ ଆଜି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବାର କିଛି ମିନିଟ୍ ପରେ ସୋରେନଙ୍କୁ ଆଜି ସନ୍ଧ୍ୟାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଅଧିକାରୀମାନେ ହାଜତକୁ ନେଇ ଯାଇଛନ୍ତି। ଖୁବ୍ଶୀଘ୍ର ସୋରେନ ଗିରଫ ହୋଇପାରନ୍ତି। ପରିବହନ ମନ୍ତ୍ରୀ ଚମ୍ପାଇ ସୋରେନ ତଥା ଶାସକ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ୍)ର ଜଣେ ବରିଷ୍ଠ ନେତା ହେମନ୍ତ ସୋରେନଙ୍କ ସ୍ଥାନରେ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଜଣାପଡ଼ିଛି। ଆଜି ଦୀର୍ଘ ସମୟ ଧରି ହେମନ୍ତ ସୋରେନଙ୍କୁ ଜେରା କରାଯିବାପରେ ସେ ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ହେମନ୍ତ ସୋରେନ ଇସ୍ତଫା ଦେବାପରେ ଚମ୍ପାଇ ସୋରେନ ୪୩ ବିଧାୟକଙ୍କ ସମର୍ଥନ ସହ ସରକାର ଗଠନ ପାଇଁ ଦାବି କରିଛନ୍ତି। ଚମ୍ପାଇ ସୋରେନ କହିଛନ୍ତି, ଆମ ନିକଟରେ ୪୩ ବିଧାୟକଙ୍କ ସମର୍ଥନ ରହିଛି।

Tags: