ଇସ୍ତଫା ଦେଇପାରନ୍ତି ମଣିପୁର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଆଜି ଇସ୍ତଫା ଦେଇପାରନ୍ତି। ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଆଜି ଅପରାହ୍ନ ୩ଟାରେ ରାଜ୍ୟପାଳ ଅନୁସୁୟା ୟୁକେଙ୍କୁ ଭେଟିବେ। ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫାପତ୍ର ଦେଇପାରନ୍ତି ବୋଲି କୁହାଯାଉଛି। ମଣିପୁରରେ ହିଂସା ନଥମିବାରୁ ବୀରେନ ସିଂହଙ୍କ ଇସ୍ତଫା ଦାବି ଜୋର୍‌ ଧରିଲା। ତେବେ ଏହି ଖବର ପ୍ରଘଟ ହେବାପରେ ଆଜି ଅନେକ ସଂଖ୍ୟାରେ ମହିଳା ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଏବଂ ରାଜଭବନ ବାହାରେ ରୁଣ୍ଡ ହୋଇ ତାଙ୍କୁ ଇସ୍ତଫା […]

Samaya Live Picture
Published On

ନୂଆଦିଲ୍ଲୀ : ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଆଜି ଇସ୍ତଫା ଦେଇପାରନ୍ତି। ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଆଜି ଅପରାହ୍ନ ୩ଟାରେ ରାଜ୍ୟପାଳ ଅନୁସୁୟା ୟୁକେଙ୍କୁ ଭେଟିବେ। ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ତାଙ୍କ ଇସ୍ତଫାପତ୍ର ଦେଇପାରନ୍ତି ବୋଲି କୁହାଯାଉଛି। ମଣିପୁରରେ ହିଂସା ନଥମିବାରୁ ବୀରେନ ସିଂହଙ୍କ ଇସ୍ତଫା ଦାବି ଜୋର୍‌ ଧରିଲା। ତେବେ ଏହି ଖବର ପ୍ରଘଟ ହେବାପରେ ଆଜି ଅନେକ ସଂଖ୍ୟାରେ ମହିଳା ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ଏବଂ ରାଜଭବନ ବାହାରେ ରୁଣ୍ଡ ହୋଇ ତାଙ୍କୁ ଇସ୍ତଫା ନଦେବାପାଇଁ ଅନୁରୋଧ କରିଛନ୍ତି। ସେମାନେ କହିଛନ୍ତି, ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବଦଳରେ ସମସ୍ୟା ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ। ଉଲ୍ଲେଖଯୋଗ୍ୟ ଯେ ଗତ କିଛି ସପ୍ତାହ ଧରି ମଣିପୁରରେ ଆନ୍ଦୋଳନକାରୀ ଏବଂ ବିଭିନ୍ନ ରାଜ‌ନୈତିକ ଦଳ ଗୁଡ଼ିକ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ଗତ ଜୁନ୍‌ରେ ମଧ୍ୟ ୯ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି କହିଥିଲେ ଯେ ରାଜ୍ୟର ‌ଲୋକମାନେ ଏନ୍‌ ବୀରେନ ସିଂହ ସରକାର ଉପରୁ ସମ୍ପୂର୍ଣ୍ଣ ଭରସା ହରାଇ ସାରିଛନ୍ତି।

Tags: