ଇସ୍କନର ବାଂଲାଦେଶ ମୁଖ୍ୟ ଚିନ୍ମୟ ବ୍ରହ୍ମଚାରୀ ଢାକାରେ ଗିରଫ
କୋଲକାତା: ଇସ୍କନ ସଂଗଠନର ବାଂଲାଦେଶ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀ ଢାକାରେ ଗିରଫ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସନ୍ତୋଷ ତେଜିଛି। ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ନ୍ୟାୟିକ ସୁରକ୍ଷା ଦାବି ସହ ଏକ ସଂଖ୍ୟାଲଘୁ ମନ୍ତ୍ରାଳୟ ଦାବି କରି ଢାକାଠାରୁ ୩୦୦ କିମି ଦୂରରେ ଅବସ୍ଥିତ ରଙ୍ଗପୁରରେ ହିନ୍ଦୁ ସମ୍ପ୍ରଦାୟ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା। ଏହି ଘଟଣା ପରେ […]
କୋଲକାତା: ଇସ୍କନ ସଂଗଠନର ବାଂଲାଦେଶ ମୁଖ୍ୟ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀ ଢାକାରେ ଗିରଫ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଇସ୍ତଫା ପରେ ବାଂଲାଦେଶରେ ବ୍ୟାପକ ରାଜନୈତିକ ହିଂସା ଲାଗି ରହିଥିବାବେଳେ ସଂଖ୍ୟାଲଘୁ ଅଧିକାରକୁ ନେଇ ଅସନ୍ତୋଷ ତେଜିଛି। ସଂଖ୍ୟାଲଘୁ ହିନ୍ଦୁଙ୍କ ପାଇଁ ନ୍ୟାୟିକ ସୁରକ୍ଷା ଦାବି ସହ ଏକ ସଂଖ୍ୟାଲଘୁ ମନ୍ତ୍ରାଳୟ ଦାବି କରି ଢାକାଠାରୁ ୩୦୦ କିମି ଦୂରରେ ଅବସ୍ଥିତ ରଙ୍ଗପୁରରେ ହିନ୍ଦୁ ସମ୍ପ୍ରଦାୟ ନେତୃତ୍ବରେ ଆନ୍ଦୋଳନ ଚାଲିଥିଲା। ଏହି ଘଟଣା ପରେ ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀ ଗିରଫ ହୋଇଛନ୍ତି। ଏହି ଖବର ଆସିବାପରେ ଇସ୍କନ ମୁଖପାତ୍ର ରାଧାରମଣ ଦାସ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବଂ ଢାକା ସ୍ଥିତ ଭାରତୀୟ ହାଇ କମିସନ୍ଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ଏବେ ମୁଁ ଖବର ପାଇଲି ଯେ ହିନ୍ଦୁ ସନ୍ଥ ଏବଂ ବାଂଲାଦେଶୀ ସଂଖ୍ୟାଲଘୁଙ୍କର ଜଣେ ପ୍ରମୁଖ ନେତା ଚିନ୍ମୟ କୃଷ୍ଣ ଦାସ ବ୍ରହ୍ମଚାରୀଙ୍କୁ ଏଭଳି ଏକ ଜଟିଳ ସମୟରେ ଢାକା ପୁଲିସ ଗିରଫ କରି ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଛି। ବାଂଲାଦେଶୀ କର୍ତ୍ତୃପକ୍ଷମାନେ ଏନେଇ କିଛି ସୂଚନା ଦେଇନଥିବାବେଳେ ବ୍ରହ୍ମଚାରୀଙ୍କୁ ଢାକା ବିମାନବନ୍ଦରରେ ଅଟକ ରଖାଯାଇଥିବା ଜଣାପଡ଼ିଛି। ଚଳିତ ସପ୍ତାହରେ ତାଙ୍କ ବିରୋଧରେ ଏକ ଦେଶଦ୍ରୋହ ମାମଲା ରୁଜୁ ହେବାପରେ ଗିରଫ କରାଯାଇଛି।




