ଇସିଙ୍କୁ ଧନ୍ୟବାଦ ଜଣାଇଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇସି (ନିର୍ବାଚନ କମିସନ୍)ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅୱଧ ଓଝାଙ୍କ ଭୋଟର ପଂଜୀକରଣ ସଂକ୍ରାନ୍ତରେ ଇସିଙ୍କ ନିଷ୍ପତ୍ତି ପାଇଁ କେଜ୍ରିୱାଲ ଇସିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ବିବୃତି ଜାରି କରି କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ ଓଝାଙ୍କ ଭୋଟର ପଂଜୀକରଣ ଦିଲ୍ଲୀକୁ ସ୍ଥାନାନ୍ତର କରିବା ନେଇ ଇସି ନିର୍ଦ୍ଦେଶ ଦେଇଛନ୍ତି। ଆପ୍ ପ୍ରାର୍ଥୀ ଓଝା ଆଗାମୀ ନିର୍ବାଚନରେ ଅଯୋଗ୍ୟ ଘୋଷିତ ହେବେନାହିଁ ବୋଲି ଇସିଙ୍କର […]
ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇସି (ନିର୍ବାଚନ କମିସନ୍)ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅୱଧ ଓଝାଙ୍କ ଭୋଟର ପଂଜୀକରଣ ସଂକ୍ରାନ୍ତରେ ଇସିଙ୍କ ନିଷ୍ପତ୍ତି ପାଇଁ କେଜ୍ରିୱାଲ ଇସିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ ବିବୃତି ଜାରି କରି କେଜ୍ରିୱାଲ ସ୍ପଷ୍ଟ କରିଛନ୍ତି ଯେ ଓଝାଙ୍କ ଭୋଟର ପଂଜୀକରଣ ଦିଲ୍ଲୀକୁ ସ୍ଥାନାନ୍ତର କରିବା ନେଇ ଇସି ନିର୍ଦ୍ଦେଶ ଦେଇଛନ୍ତି। ଆପ୍ ପ୍ରାର୍ଥୀ ଓଝା ଆଗାମୀ ନିର୍ବାଚନରେ ଅଯୋଗ୍ୟ ଘୋଷିତ ହେବେନାହିଁ ବୋଲି ଇସିଙ୍କର ଏହି ପଦକ୍ଷେପ ସୁନିଶ୍ଚିତ କରିଛି। ଓଝାଙ୍କ ଭୋଟର ପଂଜୀକରଣ ଦିଲ୍ଲୀକୁ ସ୍ଥାନାନ୍ତର କରିବା ଦ୍ବାରା ସେ ଦିଲ୍ଲୀରେ ତାଙ୍କ ନାମାଙ୍କନ ପତ୍ର ଦାଖଲ କରିପାରିବେ। ଅନ୍ୟପକ୍ଷେ ଦିଲ୍ଲୀରେ ଭୋଟର ତାଲିକାରେ ଜାଲିଆତି ହୋଇଥିବା ନେଇ କେଜ୍ରିୱାଲ ବିଜେପି ବିରୋଧରେ ଯେଉଁ ଅଭିଯୋଗ କରିଛନ୍ତି ଇସି ତାକୁ ଖଣ୍ଡନ କରିଛନ୍ତି।




