ଇସଲାମିକ ଆକ୍ରମଣ ପରେ ସୁରକ୍ଷା ପାଟ୍ରୋଲିଂ ସୁଦୃଢ଼ କଲା ଫ୍ରାନ୍ସ
ପ୍ୟାରିସ: ଫ୍ରାନ୍ସରେ ଇସଲାମିକ ଆକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଜଣେ ଶିକ୍ଷକଙ୍କୁ ଛୁରି ମାରି ହତ୍ୟା କରାଯିବା ପରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ସୁରକ୍ଷା ପାଟ୍ରୋଲିଂ ବ୍ୟବସ୍ଥା ସୁଦୃଢ଼ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ସୁରକ୍ଷା ପାଟ୍ରୋଲିଂ ବ୍ୟବସ୍ଥାରେ ଅଧିକ ୭୦୦୦ ସୈନ୍ୟଙ୍କୁ ଯୋଗ ଦେବା ପାଇଁ ମାକ୍ରନ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଫ୍ରାନ୍ସର ଆରାସ ସହରରେ ଜଣେ ୨୦ ବର୍ଷୀୟ =ଯୁବକ ଏକ ସ୍କୁଲରେ ଜଣେ ଶିକ୍ଷକଙ୍କୁ ଛୁରି ଭୁଷି ହତ୍ୟା କରିବା ସହ […]
ପ୍ୟାରିସ: ଫ୍ରାନ୍ସରେ ଇସଲାମିକ ଆକ୍ରମଣ ଲଗାତାର ବୃଦ୍ଧି ପାଇବାରେ ଲାଗିଛି। ଜଣେ ଶିକ୍ଷକଙ୍କୁ ଛୁରି ମାରି ହତ୍ୟା କରାଯିବା ପରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍ ସୁରକ୍ଷା ପାଟ୍ରୋଲିଂ ବ୍ୟବସ୍ଥା ସୁଦୃଢ଼ କରିବାପାଇଁ ନିଷ୍ପତ୍ତି ନେଇଛନ୍ତି। ସୁରକ୍ଷା ପାଟ୍ରୋଲିଂ ବ୍ୟବସ୍ଥାରେ ଅଧିକ ୭୦୦୦ ସୈନ୍ୟଙ୍କୁ ଯୋଗ ଦେବା ପାଇଁ ମାକ୍ରନ ନିର୍ଦ୍ଦେଶ ଦେଇଛନ୍ତି । ଉତ୍ତର ଫ୍ରାନ୍ସର ଆରାସ ସହରରେ ଜଣେ ୨୦ ବର୍ଷୀୟ =ଯୁବକ ଏକ ସ୍କୁଲରେ ଜଣେ ଶିକ୍ଷକଙ୍କୁ ଛୁରି ଭୁଷି ହତ୍ୟା କରିବା ସହ ଆଉ ଦୁଇଜଣଙ୍କୁ ଆହତ କରିବା ପରେ ମାକ୍ରନ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ସହରଗୁଡ଼ିକର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ଏହି ସୈନିକମାନେ ପାଟ୍ରୋଲିଂ କରିବେ।




