ଇସଲାମାବାଦରେ ପ୍ରଥମ ମହିଳା କୂଟନୀତିଜ୍ଞ ହେବେ ଗୀତିକା ଶ୍ରୀବାସ୍ତବ
ନୂଆଦିଲ୍ଲୀ: ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ବରିଷ୍ଠତମ କୂଟନୀତିଜ୍ଞ ହେବେ ଗୀତିକା ଶ୍ରୀବାସ୍ତବ। ପ୍ରଥମ ମହିଳା କୂଟନୀତିଜ୍ଞ ଭାବେ ସେ ପାକିସ୍ତାନ ସ୍ଥିତ ଭାରତୀୟ ଉଚ୍ଚାଯୁକ୍ତ କାର୍ଯ୍ୟାଳୟରେ ଏହି ପଦବିରେ ନିଯୁକ୍ତ ହୋଇଛନ୍ତି। ଗୀତିକା ଏବେ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଯୁଗ୍ମ ସଚିବ ଅଛନ୍ତି। ଧାରା ୩୭୦ ୨୦୧୯ ଅଗଷ୍ଟରେ ଉଚ୍ଛେଦ ହେବା ପରଠାରୁ ଇସଲାମାବାଦ ଏବଂ ନୂଆଦିଲ୍ଲୀ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାୟଳରେ କୌଣସି ଉଚ୍ଚାୟୁକ୍ତ ନାହାନ୍ତି। ତାଙ୍କ ବଦଳରେ ଚାର୍ଜ […]
ନୂଆଦିଲ୍ଲୀ: ଇସଲାମାବାଦ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ ବରିଷ୍ଠତମ କୂଟନୀତିଜ୍ଞ ହେବେ ଗୀତିକା ଶ୍ରୀବାସ୍ତବ। ପ୍ରଥମ ମହିଳା କୂଟନୀତିଜ୍ଞ ଭାବେ ସେ ପାକିସ୍ତାନ ସ୍ଥିତ ଭାରତୀୟ ଉଚ୍ଚାଯୁକ୍ତ କାର୍ଯ୍ୟାଳୟରେ ଏହି ପଦବିରେ ନିଯୁକ୍ତ ହୋଇଛନ୍ତି। ଗୀତିକା ଏବେ ବିଦେଶ ବ୍ୟାପାର ମନ୍ତ୍ରାଳୟରେ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ର ପାଇଁ ଯୁଗ୍ମ ସଚିବ ଅଛନ୍ତି। ଧାରା ୩୭୦ ୨୦୧୯ ଅଗଷ୍ଟରେ ଉଚ୍ଛେଦ ହେବା ପରଠାରୁ ଇସଲାମାବାଦ ଏବଂ ନୂଆଦିଲ୍ଲୀ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାୟଳରେ କୌଣସି ଉଚ୍ଚାୟୁକ୍ତ ନାହାନ୍ତି। ତାଙ୍କ ବଦଳରେ ଚାର୍ଜ ଡି ଆଫେୟାର୍ସ କାର୍ଯ୍ୟ କରୁଛନ୍ତି। ଗୀତିକା ଶ୍ରୀବାସ୍ତବ ଖୁବ୍ଶୀଘ୍ର ଇସଲାମାବାଦରେ ତାଙ୍କ ନୂଆ ଦାୟିତ୍ବ ଗ୍ରହଣ କରିବେ। ସେହିପରି ପାକିସ୍ତାନ ସରକାର ସାଦ୍ ୱାରେଚଙ୍କୁ ନୂଆଦିଲ୍ଲୀ ସ୍ଥିତ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟରେ କୂଟନୀତିଜ୍ଞ ନିଯୁକ୍ତ କରିଛନ୍ତି। ଭାରତୀୟ ବିଦେଶ ସେବାର ୨୦୦୫ ବ୍ୟାଚ୍ ଅଫିସର ଶ୍ରୀବାସ୍ତବ ୨୦୦୭ରୁ ୨୦୦୯ ମଧ୍ୟରେ ଚୀନ୍ ସ୍ଥିତ ଭାରତୀୟ ଦୂତାବାସରେ ନିୟୋଜିତ ହୋଇଥିଲେ। ଖୁବ୍ଶୀଘ୍ର ସେ ତାଙ୍କ ଦାୟିତ୍ବ ସମ୍ପାଦନ କରିବେ।




