ଇଲେକ୍ଟୋରାଲ ବଣ୍ଡ୍‌ ମାମଲାର ଶୁଣାଣି ସମୟରେ ଅସୁସ୍ଥ ହୋଇପଡ଼ିଲେ କପିଲ ସିବଲ

ନୂଆଦିଲ୍ଲୀ: ତୃତୀୟ ଦିନରେ ଇଲେକ୍ଟୋରାଲ ବଣ୍ଡ୍ ମାମଲାର ଶୁଣାଣି ଚାଲିଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ କିଛି ମିନିଟ୍ ପାଇଁ ଶୁଣାଣି ସ୍ଥଗିତ ରଖି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସିବଲଙ୍କ ପାଖକୁ ଦୌଡ଼ି ଯାଇଥିଲେ। ସିବଲଙ୍କ ସ୍ବାସ୍ଥ୍ୟ ହଠାତ୍‌ କ’ଣ ହେଲା ଓ ସେ କିପରି ସୁସ୍ଥ ହେବେ ତାହା ଉପରେ ଦୃଷ୍ଟି ଦେଇଥିଲେ। ଗୁରୁବାର ପ୍ରଧାନବିଚାରପତିଙ୍କ […]

Samaya Live Picture
Published On

ନୂଆଦିଲ୍ଲୀ: ତୃତୀୟ ଦିନରେ ଇଲେକ୍ଟୋରାଲ ବଣ୍ଡ୍ ମାମଲାର ଶୁଣାଣି ଚାଲିଥିବା ବେଳେ ଆବେଦନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ କିଛି ମିନିଟ୍ ପାଇଁ ଶୁଣାଣି ସ୍ଥଗିତ ରଖି ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ ଏବଂ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସିବଲଙ୍କ ପାଖକୁ ଦୌଡ଼ି ଯାଇଥିଲେ। ସିବଲଙ୍କ ସ୍ବାସ୍ଥ୍ୟ ହଠାତ୍‌ କ’ଣ ହେଲା ଓ ସେ କିପରି ସୁସ୍ଥ ହେବେ ତାହା ଉପରେ ଦୃଷ୍ଟି ଦେଇଥିଲେ। ଗୁରୁବାର ପ୍ରଧାନବିଚାରପତିଙ୍କ ନେତୃତ୍ବାଧୀନ ବେଞ୍ଚ ଆଗରେ କେନ୍ଦ୍ର ତରଫରୁ ଯୁକ୍ତି ଉପସ୍ଥାପନ କରୁଥିବା ବେଳେ ମେହେଟ୍ଟା ହଠାତ୍ ଅଟକିଯାଇ ସିବଲ କୁଆଡ଼େ ଗଲେ ବୋଲି ଖୋଜିଥିଲେ। ସିବଲଙ୍କ ଟିମ୍ ତାଙ୍କୁ ଏ ବିଷୟରେ କିଛି କହିବା ବେଳେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କ’ଣ ହୋଇଛି ବୋଲି ପଚାରିଥିଲେ। ବ୍ୟକ୍ତିଜଣକ ଉତ୍ତର ଦେଇଥିଲେ ଯେ, ତାହା ବ୍ୟକ୍ତିଗତ କଥା, ଶୁଣାଣି ସହ ତା’ର କିଛି ସମ୍ବନ୍ଧ ନାହିଁ। ଏହାପରେ ପୁଣି ଶୁଣାଣି ଆରମ୍ଭ ହେଲା ଏବଂ ସିବଲ କୋର୍ଟରୁମ୍ ଭିତରକୁ ଆସିଲେ। ସେତିକିବେଳେ ମେହେଟ୍ଟା କୋର୍ଟକୁ କହିଲେ ଯେ, ସିବଲ ଅସୁସ୍ଥ ଅନୁଭବ କରୁଛନ୍ତି ଏବଂ ତାଙ୍କୁ ଚାମ୍ବର ଭିତରେ ରହି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଣାଣିରେ ଭାଗ ନେବାକୁ ସୁଯୋଗ ଦିଆଯାଉ। ସେ ତାଙ୍କୁ କିଛି ଚା ଓ ବିସ୍କୁଟ ଦେବାର ବ୍ୟବସ୍ଥା ବି କରିବେ ବୋଲି ମେହେଟ୍ଟା କହିଥିଲେ। ଏହାପରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ସିବଲଙ୍କୁ ସୁପ୍ରିମ୍‌କୋର୍ଟର କନଫରେନ୍ସ ରୁମ୍‌ରେ ବସି ଭିଡିଓ ଲିଙ୍କ୍ ମାଧ୍ୟମରେ ଶୁଣାଣିରେ ଭାଗ ନେବାକୁ ଅନୁମତି ଦେଇଥିଲେ।

Tags: