ଇଲେକ୍ଟୋରାଲ ବଣ୍ଡ୍ ଜନିତ ସମସ୍ତ ବିବରଣୀ ନିର୍ବାଚନ କମିସନଙ୍କ ନିକଟରେ ଦାଖଲ କଲା ଏସବିଆଇ
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଗୁରୁବାର ନିର୍ବାଚନ କମିସନଙ୍କ ନିକଟରେ ସିରିୟଲ ନମ୍ବର ସହ ଇଲେକ୍ଟୋରାଲ ବଣ୍ଡ୍ର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ମାର୍ଚ୍ଚ ୧୮ରେ ସୁପ୍ରିମକୋର୍ଟ ଏସ୍ବିଆଇକୁ ଇଲେକ୍ଟୋରାଲ ବଣ୍ଡ୍ର ସମସ୍ତ ବିବରଣୀ ସମ୍ପୂର୍ଣ୍ଣ ପ୍ରକାଶ କରିବାକୁ କହିଥିଲେ। କିନ୍ତୁ ଏସବିଆଇ ସବିଶେଷ ତଥ୍ୟ ଦାଖଲ ନକରିବା ପରେ ସୁପ୍ରିମକୋର୍ଟ ଏସ୍ବିଆଇ ଉପରେ ତୀବ୍ର ବର୍ଷିବା ସହ ଗୁରୁବାର ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରିବାପାଇଁ କହିଥିଲେ। ଆଜି ଏସ୍ବିଆଇ […]
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ଗୁରୁବାର ନିର୍ବାଚନ କମିସନଙ୍କ ନିକଟରେ ସିରିୟଲ ନମ୍ବର ସହ ଇଲେକ୍ଟୋରାଲ ବଣ୍ଡ୍ର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ମାର୍ଚ୍ଚ ୧୮ରେ ସୁପ୍ରିମକୋର୍ଟ ଏସ୍ବିଆଇକୁ ଇଲେକ୍ଟୋରାଲ ବଣ୍ଡ୍ର ସମସ୍ତ ବିବରଣୀ ସମ୍ପୂର୍ଣ୍ଣ ପ୍ରକାଶ କରିବାକୁ କହିଥିଲେ। କିନ୍ତୁ ଏସବିଆଇ ସବିଶେଷ ତଥ୍ୟ ଦାଖଲ ନକରିବା ପରେ ସୁପ୍ରିମକୋର୍ଟ ଏସ୍ବିଆଇ ଉପରେ ତୀବ୍ର ବର୍ଷିବା ସହ ଗୁରୁବାର ସୁଦ୍ଧା ସମସ୍ତ ତଥ୍ୟ ଦାଖଲ କରିବାପାଇଁ କହିଥିଲେ। ଆଜି ଏସ୍ବିଆଇ ସୁପ୍ରିମ୍କୋର୍ଟରେ ଏକ ସତ୍ୟପାଠ ଦାଖଲ କରି କହିଛି ଯେ, ଏହା ନିର୍ବାଚନ କମିସନଙ୍କ ନିକଟରେ ଇଲେକ୍ଟୋରାଲ ବଣ୍ଡ୍ର ସମସ୍ତ ବିବରଣୀ ଦାଖଲ କରିଛି। ଏହା ପୂର୍ବରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ କ୍ରେତାମାନଙ୍କର ବିବରଣୀ ଏବଂ ଦଳକୁ ମିଳିଥିବା ରାଶିକୁ ପୃଥକ୍ ଭାବେ ଦାଖଲ କରିଥିଲା। ରାଜନୈତିକ ଦଳଗୁଡ଼ିକର ସମ୍ପୂର୍ଣ୍ଣ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ କେୱାଇସି ବିବରଣୀ ସାର୍ବଜନୀନ କରାଯାଇ ନାହିଁ କାରଣ ଏହା ଆକାଉଣ୍ଟର ନିରାପତ୍ତା (ସାଇବର ସୁରକ୍ଷା) ପ୍ରତି ବିପଦ ସୃଷ୍ଟି କରିପାରେ। ସେହିଭଳି ସୁରକ୍ଷା ଦୃଷ୍ଟିରୁ କ୍ରେତାଙ୍କ କେୱାଇସି ବିବରଣୀ ମଧ୍ୟ ସାର୍ବଜନୀନ କରାଯାଇ ନାହିଁ, ଏହାବ୍ୟତୀତ ସିଷ୍ଟମରେ ଫିଡ୍ (ପ୍ରଦତ୍ତ) ହୋଇ ନ ଥିବା ସୂଚନା ମଧ୍ୟ ସାର୍ବଜନୀନ କରାଯାଇ ନାହିଁ ବୋଲି ଏସବିଆଇ ପକ୍ଷରୁ କୁହାଯାଇଛି।




