ଇରାନ ରାଷ୍ଟ୍ରପତିଙ୍କ ସହ କଥା‌ ହେଲେ ମୋଦୀ

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ଯୁଦ୍ଧରେ ଆଜି ଆମେରିକା ସାମିଲ ହୋଇଛି। ଆମେରିକା ଇରାନର ତିନୋଟି ପରମାଣୁ କେନ୍ଦ୍ର ଫୋର୍ଡୋ, ନାତାଞ୍ଜ ଓ ଇସ୍ଫାହାନ୍‌ ଉପରେ ଆଜି ଆକ୍ରମଣ କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ସହ ଫୋନ୍ କରି କଥା ହୋଇଛନ୍ତି। ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ମୋଦୀ ଇରାନ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଏ ସଂପର୍କରେ ‘ଏକ୍ସ’ରେ ସୂଚନା‌ ଦେଇ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆମେ […]

ଇରାନ ରାଷ୍ଟ୍ରପତିଙ୍କ ସହ କଥା‌ ହେଲେ ମୋଦୀ
Samaya Live Picture
Published On

ନୂଆଦିଲ୍ଲୀ: ଇସ୍ରାଏଲ-ଇରାନ ଯୁଦ୍ଧରେ ଆଜି ଆମେରିକା ସାମିଲ ହୋଇଛି। ଆମେରିକା ଇରାନର ତିନୋଟି ପରମାଣୁ କେନ୍ଦ୍ର ଫୋର୍ଡୋ, ନାତାଞ୍ଜ ଓ ଇସ୍ଫାହାନ୍‌ ଉପରେ ଆଜି ଆକ୍ରମଣ କରିବାର କିଛି ଘଣ୍ଟା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନର ରାଷ୍ଟ୍ରପତି ମସୁଦ ପେଜେସ୍କିଆନଙ୍କ ସହ ଫୋନ୍ କରି କଥା ହୋଇଛନ୍ତି। ତୁରନ୍ତ ଉତ୍ତେଜନା ହ୍ରାସ କରିବାକୁ ମୋଦୀ ଇରାନ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଏ ସଂପର୍କରେ ‘ଏକ୍ସ’ରେ ସୂଚନା‌ ଦେଇ କହିଛନ୍ତି, ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଆମେ ବିସ୍ତୃତ ଭାବରେ ଆଲୋଚନା କରିଥିଲୁ । ସାମ୍ପ୍ରତିକ ଉତ୍ତେଜନା ବୃଦ୍ଧିକୁ ନେଇ ପ୍ରଧାନମନ୍ତ୍ରୀ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଆଞ୍ଚଳିକ ଶାନ୍ତି, ନିରାପତ୍ତା ଏବଂ ସ୍ଥିରତା ଶୀଘ୍ର ପୁନରୁଦ୍ଧାର ନିମନ୍ତେ ଗୁରୁତ୍ବାରୋପ କରିଛନ୍ତି।

Tags: