ଇରାନ ଯୁଦ୍ଧରେ ସିଧାସଳଖ ସାମିଲ ହେଲେ ଭୟଙ୍କର ସ୍ଥିତି ଉପୁଜିବା ନେଇ ବିଶେଷଜ୍ଞଙ୍କ ଚେତାବନୀ

ନୂଆଦିଲ୍ଲୀ : ଇସ୍ରାଏଲ ବିରୋଧରେ ଏବେ ଖାଲି ହମାସ ନୁହେଁ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ବି ଯୁଦ୍ଧରେ ସାମିଲ ହେବାକୁ କ୍ଷେତ୍ର ପ୍ରସ୍ତୁତ କଲେଣି। ଇସ୍ରାଏଲ ବିରୋଧୀ ଯୁଦ୍ଧ ପାଇଁ ହମାସ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଲେବାନନ୍‌ରୁ ହେଜବୋଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଯୁଦ୍ଧରେ ଯୋଗ ଦେବ ବୋଲି ନିଷ୍ପତ୍ତି ନେଇ ସାରିଛି। ଇତି ମଧ୍ୟରେ ଜଣେ ପ୍ରଖ୍ୟାତ ରାଜନୈତିକ ବିଶେଷଜ୍ଞ ଏବଂ ୟୁରେସିଆ ଗ୍ରୁପ୍ ପ୍ରତିଷ୍ଠାତା ଇଆନ୍ ବ୍ରେମ୍ମର କହିଛନ୍ତି, ଇସ୍ରାଏଲ ବିରୋଧରେ ଅଧିକରୁ ଅଧିକ […]

Samaya Live Picture
Published On

ନୂଆଦିଲ୍ଲୀ : ଇସ୍ରାଏଲ ବିରୋଧରେ ଏବେ ଖାଲି ହମାସ ନୁହେଁ ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ବି ଯୁଦ୍ଧରେ ସାମିଲ ହେବାକୁ କ୍ଷେତ୍ର ପ୍ରସ୍ତୁତ କଲେଣି। ଇସ୍ରାଏଲ ବିରୋଧୀ ଯୁଦ୍ଧ ପାଇଁ ହମାସ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଲେବାନନ୍‌ରୁ ହେଜବୋଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଯୁଦ୍ଧରେ ଯୋଗ ଦେବ ବୋଲି ନିଷ୍ପତ୍ତି ନେଇ ସାରିଛି। ଇତି ମଧ୍ୟରେ ଜଣେ ପ୍ରଖ୍ୟାତ ରାଜନୈତିକ ବିଶେଷଜ୍ଞ ଏବଂ ୟୁରେସିଆ ଗ୍ରୁପ୍ ପ୍ରତିଷ୍ଠାତା ଇଆନ୍ ବ୍ରେମ୍ମର କହିଛନ୍ତି, ଇସ୍ରାଏଲ ବିରୋଧରେ ଅଧିକରୁ ଅଧିକ ସାମ୍ମୁଖ୍ୟ ବାହାରିବା ସହ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ହେବ। ଯଦି ଯୁଦ୍ଧରେ ଇରାନ ସିଧାସଳଖ ଭାବେ ସମ୍ପୃକ୍ତ ହେବ ତେବେ ଏହାଦ୍ବାରା ମଧ୍ୟପ୍ରାଚ୍ୟ ସଙ୍କଟ ଆହୁରି ଅଧିକ ବଢ଼ିଯିବ। ସେ କହିଛନ୍ତି, ସାମରିକ ଭାବେ ଅଧିକ ଦକ୍ଷ ହେଜବୋଲ୍ଲା ଇରାନ ସମର୍ଥନରେ ସିଧାସଳଖ ଭାବେ ଯୁଦ୍ଧରେ ସାମିଲ ହୋଇପାରେ। ସେହିପରି ଇସ୍ରାଏଲ ଯଦି ଗାଜାରେ ସ୍ଥଳ ଅଭିଯାନ ଆରମ୍ଭ କରେ ତେବେ ଏହା ବୈଶ୍ବିକ ସ୍ତରରେ ଏକ ବଡ଼ ଧରଣର ପ୍ରଭାବ ପକାଇବ। ଗାଜାରେ ସ୍ଥଳ ଅଭିଯାନ ବିଭିନ୍ନ କାରଣ ପାଇଁ ଆଦୌ ଠିକ୍ ହେବନାହିଁ ବୋଲି ସେ କହିଛନ୍ତି।

Tags: