ଇରାନ୍‌ ପାଇଁ ଗୁଇନ୍ଦାଗିରି କରିଥିବା ୭ ନାଗରିକଙ୍କୁ ଗିରଫ କଲା ଇସ୍ରାଏଲ

ଜେରୁଜେଲମ୍‌: ଇସ୍ରାଏଲ ପୁଲିସ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛି ଯେ ଇରାନ୍‌ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ୭ ଇସ୍ରାଏଲୀ ନାଗରିକ ଗିରଫ ‌ହୋଇଛନ୍ତି। ଇରାନ୍‌ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିବା ଏକ ସ୍ପାଏ ନେଟୱର୍କ୍‌କୁ ପୁଲିସ ସଫଳପ୍ରଦ ଭାବେ ଅକାମି କରିଦେଇଛି। ହାଫିଆ ସହର ଏବଂ ଦେଶର ଅନ୍ୟ ଉତ୍ତରାଞ୍ଚଳରୁ ୭ ଇସ୍ରାଏଲୀ ନାଗରିକ ଗୁଇନ୍ଦା କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ନାଗରିକମାନେ ଇସ୍ରାଏଲର ସାମରିକ ଘାଟି ଏବଂ ଶକ୍ତି […]

Samaya Live Picture
Published On

ଜେରୁଜେଲମ୍‌: ଇସ୍ରାଏଲ ପୁଲିସ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛି ଯେ ଇରାନ୍‌ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ୭ ଇସ୍ରାଏଲୀ ନାଗରିକ ଗିରଫ ‌ହୋଇଛନ୍ତି। ଇରାନ୍‌ ଗୁଇନ୍ଦା ସଂସ୍ଥା ପାଇଁ କାମ କରୁଥିବା ଏକ ସ୍ପାଏ ନେଟୱର୍କ୍‌କୁ ପୁଲିସ ସଫଳପ୍ରଦ ଭାବେ ଅକାମି କରିଦେଇଛି। ହାଫିଆ ସହର ଏବଂ ଦେଶର ଅନ୍ୟ ଉତ୍ତରାଞ୍ଚଳରୁ ୭ ଇସ୍ରାଏଲୀ ନାଗରିକ ଗୁଇନ୍ଦା କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ନାଗରିକମାନେ ଇସ୍ରାଏଲର ସାମରିକ ଘାଟି ଏବଂ ଶକ୍ତି ଭିତ୍ତିଭୂମି ଉପରେ ଇରାନ୍‌କୁ ଖବର ଦେଉଥିଲେ ବୋଲି ଜଣାପଡ଼ିଛି। ତେବେ ଆଭ୍ୟନ୍ତରୀଣ ସୁରକ୍ଷା ସଂସ୍ଥା ଏବଂ ପୁଲିସ ସଫଳପ୍ରଦ ଭାବେ ଏହି ନେଟୱର୍କର ପର୍ଦ୍ଦାଫାସ କରିପାରିଛି। ଏହି ନେଟୱର୍କ ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ସଂକ୍ରାନ୍ତରେ ଅତି ସମ୍ବେଦନଶୀଳ ସୂଚନା ଯୋଗାଡ଼ କରୁଥିଲା। ୨ ଜଣ ଇରାନ୍‌ ପ୍ରତିନିଧୀ ଅଲଖାନ୍‌ ଏବଂ ଓରଖାନ୍‌ଙ୍କ ନିର୍ଦ୍ଦେଶରେ ଏହି ନେଟୱର୍କ ଏକାଧିକ ମିସନ୍‌ ଚଳାଇଥିଲେ ବୋଲି ଇସ୍ରାଏଲ ପୁଲିସ କହିଛି।

Tags: