ଇରାନ୍ର ପରମାଣୁ ଓ ସାମରିକ ସ୍ଥଳ ଛାରଖାର କଲା ଇସ୍ରାଏଲ
ତେଲ ଅବିବ: ଇରାନର ପ୍ରମୁଖ ସାମରିକ ଏବଂ ପରମାଣୁ ସ୍ଥଳ ଉପରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଛି। ପରମାଣୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଇସ୍ରାଏଲ ଏଭଳି ଆଗୁଆ ଆକ୍ରମଣ କରିଥିବା ବେଳେ ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ଏକ ଭୀଷଣ ସଂଘର୍ଷ ଆଡ଼କୁ ମୁହାଁଉଛି। ଇସ୍ରାଏଲ ଆକ୍ରମଣରେ ଇରାନର ୬ଟି ପରିମାଣୁ କେନ୍ଦ୍ର ସମେତ ବିଭିନ୍ନ ସାମରିକ ପ୍ରତିଷ୍ଠାନ ଧ୍ବସ୍ତ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଇସ୍ରାଏଲ ସେନାମୁଖ୍ୟ ହୁସେନ ସଲାମୀ, ୨୦ରୁ ଅଧିକ ଶୀର୍ଷ କମାଣ୍ଡର […]
ତେଲ ଅବିବ: ଇରାନର ପ୍ରମୁଖ ସାମରିକ ଏବଂ ପରମାଣୁ ସ୍ଥଳ ଉପରେ ଇସ୍ରାଏଲ ପ୍ରଚଣ୍ଡ ଆକ୍ରମଣ କରିଛି। ପରମାଣୁ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଇସ୍ରାଏଲ ଏଭଳି ଆଗୁଆ ଆକ୍ରମଣ କରିଥିବା ବେଳେ ଏହାକୁ ନେଇ ମଧ୍ୟପ୍ରାଚ୍ୟରେ ଏକ ଭୀଷଣ ସଂଘର୍ଷ ଆଡ଼କୁ ମୁହାଁଉଛି। ଇସ୍ରାଏଲ ଆକ୍ରମଣରେ ଇରାନର ୬ଟି ପରିମାଣୁ କେନ୍ଦ୍ର ସମେତ ବିଭିନ୍ନ ସାମରିକ ପ୍ରତିଷ୍ଠାନ ଧ୍ବସ୍ତ ହୋଇଥିବା ଜଣାପଡ଼ିଛି। ଏହି ଆକ୍ରମଣରେ ଇସ୍ରାଏଲ ସେନାମୁଖ୍ୟ ହୁସେନ ସଲାମୀ, ୨୦ରୁ ଅଧିକ ଶୀର୍ଷ କମାଣ୍ଡର ଏବଂ ଅନେକ ପରମାଣୁ ବୈଜ୍ଞାନିକଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ହୋଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ଏହାର ଅପରେସନର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଥିବା ନିଶ୍ଚିତ କରିଥିବା ବେଳେ ଏଥିରେ ଇସ୍ରାଏଲ ବାୟୁସେନାର ଶତାଧିକ ବିମାନ ସାମିଲ ହୋଇଥିବା ଜଣାପଡ଼ିଛି। ଇରାନର ସରକାରୀ ଗଣମାଧ୍ୟମ ମଧ୍ୟ ତେହେରାନର ଆବାସିକ ଅଞ୍ଚଳରେ ହୋଇଥିବା ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ କରିଛି। ଇରାନ ଇସ୍ରାଏଲ ଆକ୍ରମଣର ଜବାବରେ ଇସ୍ରାଏଲ ଉପରେ ଶତାଧିକ ଡ୍ରୋନ୍ ଆକ୍ରମଣ କରିଥିବା ବେଳେ ଇସ୍ରାଏଲ ସମସ୍ତ ଡ୍ରୋନ୍କୁ ସଫଳତାର ସହ ଖସାଇ ଦେଇଥିବା ଦାବି କରିଛି।




