ଇରାନୀ ସମାଜସେବୀ ନର୍ଗିସ ମହମ୍ମଦୀଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଷ୍ଟକ୍‌ହୋମ୍: ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼େଇ କରିଥିବା ଏବଂ ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତା ଦାବି କରି ଜେଲରେ ଥିବା ଇରାନୀ ସାମାଜିକ କର୍ମୀ ନର୍ଗିସ ମହମ୍ମଦୀଙ୍କୁ ଶୁକ୍ରବାର ଦିନ ୨୦୨୩ର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଓସଲୋରେ ଏହି ପୁରସ୍କାର ଘୋଷଣା କରିଥିବା ନରୱେର ନୋବେଲ କମିଟି ଅଧ୍ୟକ୍ଷ ବେରିଟ୍ ରିସ୍-ଆଣ୍ଡରସନ୍ କହିଛନ୍ତି, ମହମ୍ମଦୀ ଲିଙ୍ଗଗତ ଭେଦଭାବ ଓ ଅତ୍ୟାଚାର ବିରୋଧରେ ମହିଳାଙ୍କ ପାଇଁ ଲଢ଼େଇ କରିଥିଲେ। […]

Samaya Live Picture
Published On

ଷ୍ଟକ୍‌ହୋମ୍: ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ଲଢ଼େଇ କରିଥିବା ଏବଂ ସମସ୍ତଙ୍କ ପାଇଁ ମାନବିକ ଅଧିକାର ଓ ସ୍ୱାଧୀନତା ଦାବି କରି ଜେଲରେ ଥିବା ଇରାନୀ ସାମାଜିକ କର୍ମୀ ନର୍ଗିସ ମହମ୍ମଦୀଙ୍କୁ ଶୁକ୍ରବାର ଦିନ ୨୦୨୩ର ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଓସଲୋରେ ଏହି ପୁରସ୍କାର ଘୋଷଣା କରିଥିବା ନରୱେର ନୋବେଲ କମିଟି ଅଧ୍ୟକ୍ଷ ବେରିଟ୍ ରିସ୍-ଆଣ୍ଡରସନ୍ କହିଛନ୍ତି, ମହମ୍ମଦୀ ଲିଙ୍ଗଗତ ଭେଦଭାବ ଓ ଅତ୍ୟାଚାର ବିରୋଧରେ ମହିଳାଙ୍କ ପାଇଁ ଲଢ଼େଇ କରିଥିଲେ। ୨୦୧୯ ହିଂସାତ୍ମକ ବିକ୍ଷୋଭର ଶିକାର ହୋଇଥିବା ଲୋକଙ୍କ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ନଭେମ୍ବରରେ ମହମ୍ମଦୀ ଗିରଫ ହୋଇଥିଲେ। ଜେଲ୍ ଯିବା ପୂର୍ବରୁ ମହମ୍ମଦୀ ଇରାନର ନିଷିଦ୍ଧ ମାନବାଧିକାର କେନ୍ଦ୍ରର ଉପାଧ୍ୟକ୍ଷ ଥିଲେ। ସେ ଇରାନର ନୋବେଲ ଶାନ୍ତି ପୁରସ୍କାର ବିଜେତା ଶିରିନ୍ ଏବାଦିଙ୍କ ଘନିଷ୍ଠ ଥିଲେ। ୨୦୦୯ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ମହମ୍ମଦ ଅହମ୍ମଦିନେଜାଦଙ୍କ ବିବାଦୀୟ ପୁନଃନିର୍ବାଚନ ପରେ ଏବାଦି ଇରାନ ଛାଡ଼ିଥିଲେ। ୨୦୧୮ରେ ମହମ୍ମଦୀଙ୍କୁ ଆନ୍ଦ୍ରେଇ ସଖାରୋଭ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୨ରେ ମାତ୍ର ୫ ମିନିଟ୍‌ର ବିଚାରରଣରେ ମହମ୍ମଦୀଙ୍କୁ ୭୦ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ଅବଧିର ଏକାଧିକ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା। ସେଥିମଧ୍ୟରୁ ଗୋଟିଏ ଦଣ୍ଡାଦେଶ ଅନୁସାରେ ସେ ବର୍ତ୍ତମାନ ତେହେରାନର ଏଭିନ ଜେଲରେ ୧୨ ବର୍ଷର ଜେଲଦଣ୍ଡ ଭୋଗୁଛନ୍ତି। ତାଙ୍କ ବିରୋଧରେ ଦେଶ ବିରୋଧରେ ପ୍ରଚାର ଭଳି ଅଭିଯୋଗ ରହିଛି।

Tags: