ଇରାନରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଇଣ୍ଟରନେଟ୍ ବିଭ୍ରାଟ
ତେହରାନ : ବୁଧବାର ଦିନ ଇରାନକୁ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଇଣ୍ଟରନେଟ୍ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି। ଏହାକୁ ସମ୍ପୂର୍ଣ୍ଣ ଜାତୀୟ ଇଣ୍ଟରନେଟ୍ ବ୍ଲାକଆଉଟ୍” ବୋଲି କୁହାଯାଉଛି ଏବଂ ଏହା ଦେଶର ଅଧିକାଂଶ ଅଂଶକୁ ପ୍ରଭାବିତ କରୁଛି । ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)କେନ୍ଦ୍ରୀୟ ଇରାନରେ ଅବସ୍ଥିତ ସହର ଆରକ ଏବଂ ଖୋଣ୍ଡାବର ବାସିନ୍ଦାଙ୍କୁ ଏକ ଚେତାବନୀ ଜାରି କରିଛି, ସେମାନଙ୍କୁ ନିଜ ସୁରକ୍ଷା ପାଇଁ ଅଞ୍ଚଳ […]
ତେହରାନ : ବୁଧବାର ଦିନ ଇରାନକୁ ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଇଣ୍ଟରନେଟ୍ ବିଚ୍ଛିନ୍ନ ହୋଇଥିବା ଜଣାପଡ଼ିଛି। ଏହାକୁ ସମ୍ପୂର୍ଣ୍ଣ ଜାତୀୟ ଇଣ୍ଟରନେଟ୍ ବ୍ଲାକଆଉଟ୍” ବୋଲି କୁହାଯାଉଛି ଏବଂ ଏହା ଦେଶର ଅଧିକାଂଶ ଅଂଶକୁ ପ୍ରଭାବିତ କରୁଛି । ଇତି ମଧ୍ୟରେ ଜାଣିବାକୁ ମିଳିଛି ଯେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍)କେନ୍ଦ୍ରୀୟ ଇରାନରେ ଅବସ୍ଥିତ ସହର ଆରକ ଏବଂ ଖୋଣ୍ଡାବର ବାସିନ୍ଦାଙ୍କୁ ଏକ ଚେତାବନୀ ଜାରି କରିଛି, ସେମାନଙ୍କୁ ନିଜ ସୁରକ୍ଷା ପାଇଁ ଅଞ୍ଚଳ ଛାଡିବାକୁ ଅନୁରୋଧ କରିଛି। ଖୋଣ୍ଡାବର ବାହାରେ ଏକ ଭାରୀ-ଜଳ ପରମାଣୁ ରିଆକ୍ଟର ଅବସ୍ଥିତ। ଏକ ବିବୃତ୍ତିରେ ଆଇଡିଏଫ୍ ନିଶ୍ଚିତ କରିଛି ଯେ ଏହା ଏହି ଅଞ୍ଚଳରେ ଇରାନୀ ସାମରିକ ସମ୍ପତ୍ତିକୁ ଟାର୍ଗେଟ କରି ଅପରେସନ୍ କରୁଛି।




