ଇରାନରେ କଲବଲ କଲାଣି ଗ୍ରୀଷ୍ମଲହରି , ୨ ଦିନ ସରକାରୀ ଛୁଟି ଘୋଷଣା

ତେହରାନ: ଇରାନରେ ଅତି ଅଭୂତପୂର୍ବ ଗ୍ରୀଷ୍ମଲହରି ଯୋଗୁଁ ମଙ୍ଗଳବାର ସରକାର ଦୁଇଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ସମସ୍ତ ସ୍କୁଲ୍, କଲେଜ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ କରିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି। ବିଭିନ୍ନ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ଏବଂ ବୟସ୍କ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଇରାନର ପଶ୍ଚିମାଞ୍ଚଳ ସହର ଦେହଲୋରାନରେ […]

Samaya Live Picture
Published On

ତେହରାନ: ଇରାନରେ ଅତି ଅଭୂତପୂର୍ବ ଗ୍ରୀଷ୍ମଲହରି ଯୋଗୁଁ ମଙ୍ଗଳବାର ସରକାର ଦୁଇଦିନ ପାଇଁ ଛୁଟି ଘୋଷଣା କରିଛନ୍ତି। ସମସ୍ତ ସ୍କୁଲ୍, କଲେଜ, ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟ ୨ ଦିନ ବନ୍ଦ କରିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳ ଦେଇଥିବା ପ୍ରସ୍ତାବକୁ ସରକାର ଗ୍ରହଣ କରିଛନ୍ତି। ବିଭିନ୍ନ ଜଟିଳ ସ୍ବାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି ଏବଂ ବୟସ୍କ ଲୋକମାନଙ୍କୁ ଘରୁ ନ ବାହାରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ଗତ ୨୪ ଘଣ୍ଟା ଭିତରେ ଇରାନର ପଶ୍ଚିମାଞ୍ଚଳ ସହର ଦେହଲୋରାନରେ ସର୍ବୋଚ୍ଚ ତାପମାତ୍ରା ୫୦ ଡିଗ୍ରି ସେଲ୍‌ସିୟସ ଛୁଇଁଥିଲା। ଏଥି ସହ ଦକ୍ଷିଣାଞ୍ଚଳ ସହର ଆହୱାଜରେ ଗତ ସପ୍ତାହରେ ତାପମାତ୍ରା ୫୧ ଡିଗ୍ରି ଅତିକ୍ରମ କରିଥିଲା। ଦକ୍ଷିଣାଞ୍ଚଳ ପ୍ରଦେଶ ସିଷ୍ଟାନ-ବାଲୁଚିସ୍ତାନରେ ଗତ ସପ୍ତାହରେ ପ୍ରାୟ ୧୦୦୦ ଲୋକ ଧୂଳିଝଡ଼ ଓ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏଣୁ ଦିନ ୧୦ଟାରୁ ୪ଟା ଭିତରେ ସବୁ ଲୋକ ଘର ଭିତରେ ରହିବାକୁ ସରକାର ପରାମର୍ଶ ଦେଇଥିଲେ।

Tags: