ଇରାକ ଏବଂ ସିରିୟାରେ ୮୫ରୁ ଅଧିକ ସ୍ଥାନରେ ଆମେରିକାର ବିମାନ ଆକ୍ରମଣ ,୧୮ ଆତଙ୍କବାଦୀ ନିପାତ
ନୂଆଦିଲ୍ଲୀ: ଇରାକ ଏବଂ ସିରିୟାଇରେ ୮୫ରୁ ଅଧିକ ସ୍ଥାନରେ ଆମେରିକା ବିମାନ ଆକ୍ରମଣ କରିଛି। ଆଇଆରଜିସି ( ଇରାନ୍ସ ରିଭୋଲ୍ୟୁସନାରି ଗାର୍ଡ) ସହ ଜଡ଼ିତ ଏବଂ ଏହାକୁ ସମର୍ଥନ କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଆମେରିକା ଏହି ଆକ୍ରମଣ କରିଛି। ଜୋର୍ଡାନରେ ଡ୍ରୋନ ଆକ୍ରମଣରେ ୩ ଆମେରିକା ସୈନିକଙ୍କ ମୃତ୍ୟୁ ହେବା ପରେ ଆମେରିକା ଏହି ଆକ୍ରମଣ କରିଛି। ଆକ୍ରମଣ ଯୋଗୁଁ ସିରିୟାରେ ୧୮ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀଙ୍କ କମାଣ୍ଡ ଏବଂ କଣ୍ଟ୍ରୋଲ ହେଡକ୍ବାର୍ଟର, ଇଣ୍ଟେଲିଜେନ୍ସ […]
ନୂଆଦିଲ୍ଲୀ: ଇରାକ ଏବଂ ସିରିୟାଇରେ ୮୫ରୁ ଅଧିକ ସ୍ଥାନରେ ଆମେରିକା ବିମାନ ଆକ୍ରମଣ କରିଛି। ଆଇଆରଜିସି ( ଇରାନ୍ସ ରିଭୋଲ୍ୟୁସନାରି ଗାର୍ଡ) ସହ ଜଡ଼ିତ ଏବଂ ଏହାକୁ ସମର୍ଥନ କରୁଥିବା ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଆମେରିକା ଏହି ଆକ୍ରମଣ କରିଛି। ଜୋର୍ଡାନରେ ଡ୍ରୋନ ଆକ୍ରମଣରେ ୩ ଆମେରିକା ସୈନିକଙ୍କ ମୃତ୍ୟୁ ହେବା ପରେ ଆମେରିକା ଏହି ଆକ୍ରମଣ କରିଛି। ଆକ୍ରମଣ ଯୋଗୁଁ ସିରିୟାରେ ୧୮ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀଙ୍କ କମାଣ୍ଡ ଏବଂ କଣ୍ଟ୍ରୋଲ ହେଡକ୍ବାର୍ଟର, ଇଣ୍ଟେଲିଜେନ୍ସ ସେଣ୍ଟର, ରକେଟ ଏବଂ ମିସାଇଲ, ଡ୍ରୋନ ଏବଂ ଗୋଳାବାରୁଦ ଷ୍ଟୋରେଜ ସାଇଟ ଉପରେ ଆମେରିକା ବିମାନ ଆକ୍ରମଣ କରିଛି। ଆକ୍ରମଣ କରିବାପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଯଦି ଆମେରିକୀୟଙ୍କର କ୍ଷତି କରାଯିବ ତେବେ ଆମେ ଏହାର ଜବାବ ଦେବୁ। ରାଷ୍ଟ୍ରପତି ବାଇଡେନ ପ୍ରଶାସନ ଦ୍ବାରା ଆତଙ୍କବାଦୀଙ୍କ ବିରୋଧରେ ଏହା ପ୍ରଥମ କାର୍ଯ୍ୟାନୁଷ୍ଠାନ। ଆମେରିକା ବାହିନୀ ୭ଟି ସ୍ଥାନ ତଥା ସିରିୟାରେ ୪ ସ୍ଥାନ ଏବଂ ଇରାକରେ ୩ ସ୍ଥାନରେ ଆତଙ୍କବାଦୀଙ୍କୁ ଟାର୍ଗେଟ୍ କରି ଏହି ଆକ୍ରମଣ କରିଛନ୍ତି।




