ଇରାକ୍‌ରେ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ, ୧୦୦ ମୃତ, ୧୫୦ ଆହତ

ନୂଆଦିଲ୍ଲୀ : ଉତ୍ତର ଇରାକର ନିନେଭେ ପ୍ରଦେଶରେ ଆଜି ଏକ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୫୦ ‌ଲୋକ ଆହତ ହୋଇଛନ୍ତି। ଖ୍ରୀଷ୍ଟିଆନ ବିବାହ ଆୟୋଜନ ହେଉଥିବା ଏକ ହଲ୍‌ରେ ଅଗ୍ନିକାଣ୍ଡ ହୋଇଛି। ସମ୍ପୂର୍ଣ୍ଣ ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ଆହତମାନଙ୍କୁ ସବୁ ପ୍ରକାର ସାହାଯ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତର ଇରାକର ନିନେଭେ ପ୍ରଦେଶରେ ଆଜି ଏକ ବିବାହ ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ ହୋଇ ୧୦୦ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୧୫୦ ‌ଲୋକ ଆହତ ହୋଇଛନ୍ତି। ଖ୍ରୀଷ୍ଟିଆନ ବିବାହ ଆୟୋଜନ ହେଉଥିବା ଏକ ହଲ୍‌ରେ ଅଗ୍ନିକାଣ୍ଡ ହୋଇଛି। ସମ୍ପୂର୍ଣ୍ଣ ମଣ୍ଡପ ଜଳିପୋଡ଼ି ଛାରଖାର ହୋଇଯାଇଛି। ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିପାରେ। ଆହତମାନଙ୍କୁ ସବୁ ପ୍ରକାର ସାହାଯ୍ୟ କରିବାପାଇଁ ଉଦ୍ୟମ ଜାରି ରହିଛି ବୋଲି ଇରାକ ସ୍ବାସ୍ଥ୍ୟ ମନ୍ତ୍ରାଳୟ ମୁଖପାତ୍ର ସୈଫ ଅଲ ବଦର କହିଛନ୍ତି। ପ୍ରଧାନମନ୍ତ୍ରୀ ସିଆ ଅଲ ସୁନାଦୀ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନି‌ର୍ଦ୍ଦେଶ ଦେଇଛନ୍ତି।

Tags: