ଇମ୍ରାନ୍ ଖାନ୍ ଓ କୁରେଶୀଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ପିଟିଆଇର ଉପାଧ୍ୟକ୍ଷ ଶାହ ମହମ୍ମଦ କୁରେଶୀଙ୍କୁ ପାକିସ୍ତାନର ଏକ ଅଦାଲତ ବିବାଦୀୟ ସାଇଫର୍ (ଗୁପ୍ତ ଦସ୍ତାବିଜ୍ ଲିକ୍) ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଦଳର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି, ସାଇଫର ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପିଟିଆଇ (ପାକିସ୍ତାନ ତେହରିକ-ଏ-ଇନସାଫ) ଉପାଧ୍ୟକ୍ଷ କୁରେଶୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ […]

Samaya Live Picture
Published On

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ୍ ଖାନ୍ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଓ ପିଟିଆଇର ଉପାଧ୍ୟକ୍ଷ ଶାହ ମହମ୍ମଦ କୁରେଶୀଙ୍କୁ ପାକିସ୍ତାନର ଏକ ଅଦାଲତ ବିବାଦୀୟ ସାଇଫର୍ (ଗୁପ୍ତ ଦସ୍ତାବିଜ୍ ଲିକ୍) ମାମଲାରେ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି। ଦଳର ଜଣେ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି, ସାଇଫର ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପିଟିଆଇ (ପାକିସ୍ତାନ ତେହରିକ-ଏ-ଇନସାଫ) ଉପାଧ୍ୟକ୍ଷ କୁରେଶୀଙ୍କୁ ୧୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ଇମ୍ରାନଙ୍କ ପାକିସ୍ତାନ ତେହରିକ-ଏ-ଇନସାଫ ପାର୍ଟିର ମୁଖପାତ୍ର ଜୁଲଫିକର ବୁଖାରିଙ୍କ କହିବା ଅନୁଯାୟୀ, ଇମ୍ରାନ୍ ଖାନ୍ ଏବଂ ତାଙ୍କ ଡେପୁଟି କୁରେଶୀଙ୍କର ଏହି ମାମଲାରେ ମଙ୍ଗଳବାର ରାୟ ବିରୋଧରେ ଆବେଦନ କରିବାର ଅଧିକାର ରହିଛି। ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଇମ୍ରାନ ଖାନଙ୍କୁ ୨୦୨୨ ଏପ୍ରିଲରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଜରିଆରେ ବହିଷ୍କାର କରାଯାଇଥିଲା। ଖାନ୍ ଏବେ ଏକ ଦୁର୍ନୀତି ମାମଲାରେ ୩ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି।

Tags: