ଇମ୍ରାନଙ୍କ ଅଡ଼ୁଆ ତୁଟୁନି, ଜାମିନ ପରେ ପୁଣି ଗିରଫ ହେଲେ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କୁ ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ଜାମିନ ଦେବାର କିଛି ସମୟ ପରେ ତାଙ୍କୁ ପୁଣି ଥ‌ରେ ଗିରଫ କରାଯାଇଛି। ତେ‌ଣୁ ୭୦ ବର୍ଷୀୟ ଇମ୍ରାନ ଖାନ୍‌ଙ୍କ ପାଇଁ ଜେଲରୁ ମୁକୁଳିବା ବାଟ ବନ୍ଦ ହୋଇଯାଇଛି। ସେ ବର୍ତ୍ତମାନ ବିଚାର ବିଭାଗୀୟ ହେପାଜତରେ ରହିବେ ଏବଂ ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ। ପୂର୍ବରୁ ସେ ତୋଷଖାନା ମାମଲାରେ ଗିରଫ ହୋଇଥିବାବେଳେ […]

Samaya Live Picture
Published On

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ପାର୍ଟି ଅଧ୍ୟକ୍ଷ ଇମ୍ରାନ ଖାନ୍‌ଙ୍କୁ ତୋଷଖାନା ମାମଲାରେ ଇସଲାମାବାଦ ହାଇକୋର୍ଟ ଜାମିନ ଦେବାର କିଛି ସମୟ ପରେ ତାଙ୍କୁ ପୁଣି ଥ‌ରେ ଗିରଫ କରାଯାଇଛି। ତେ‌ଣୁ ୭୦ ବର୍ଷୀୟ ଇମ୍ରାନ ଖାନ୍‌ଙ୍କ ପାଇଁ ଜେଲରୁ ମୁକୁଳିବା ବାଟ ବନ୍ଦ ହୋଇଯାଇଛି। ସେ ବର୍ତ୍ତମାନ ବିଚାର ବିଭାଗୀୟ ହେପାଜତରେ ରହିବେ ଏବଂ ଆଜି ତାଙ୍କୁ ଅଦାଲତରେ ହାଜର କରାଯିବ। ପୂର୍ବରୁ ସେ ତୋଷଖାନା ମାମଲାରେ ଗିରଫ ହୋଇଥିବାବେଳେ ଗତକାଲି ପୁଣି ସାଇଫର ମାମଲାରେ ହୋଇଛନ୍ତି। ଇମ୍ରାନ କ୍ଷମତାରେ ଥିବାବେଳେ ଗୋପନୀୟ କୂଟନୀତିଜ୍ଞ କେବୁଲ (ସାଇଫର)ର ଅପବ୍ୟବହାର କରିଥିବା ଅଭିଯୋଗ ତାଙ୍କ ନାଁରେ ରହିଛି। ଉଲ୍ଲେଖଯୋଗ୍ୟ, ତୋଷଖାନା ମାମଲାରେ ଇମ୍ରାନଙ୍କୁ ପାକିସ୍ତାନର ଏକ ତଳ କୋର୍ଟ ଚଳିତମାସ ୫ ତାରିଖରେ ଦୋଷୀ ସାବ୍ୟସ୍ତ କରିବା ସହିତ ୩ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ। ଏହାପରେ ‌ତାଙ୍କୁ ଲାହୋରରୁ ଗିରଫ କରାଯାଇ ଆଟୋକ ଜେଲ୍‌ରେ ରଖାଯାଇଛି।

Tags: