ଇମ୍ଫାଲ ବିମାନବନ୍ଦର ନିକଟରେ ଅଜଣା ଜିନିଷ ଉଡ଼ୁଛି, ବାୟୁସେନା ମୁତୟନ କଲା ୨ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଇମ୍ଫାଲ ବିମାନବନ୍ଦର ନିକଟରେ ଗତକାଲି ଅପରାହ୍ନ ୨.୩୦ ସମୟରେ କୌଣସି ଏକ ଅଜଣା ଜିନିଷ ଉଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିଯୋଗୁଁ ବିମାନବନ୍ଦରରେ କେତେକ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ବାହିନୀ (ଆଇଏଏଫ୍) ଇମ୍ଫାଲ ବିମାନବନ୍ଦର ନିକଟରେ ୨ଟି ରାଫେଲ ଯୁଦ୍ଧ ବିମାନ ମୁତୟନ କରିଛି। କିନ୍ତୁ ସନ୍ଦିଗ୍ଧ ଅଞ୍ଚଳରୁ ରାଫେଲ ଯୁଦ୍ଧ ବିମାନକୁ କିଛି ମିଳିନାହିଁ। ଉକ୍ତ ଘଟଣାରେ ଅଧିକ ତଦନ୍ତ […]

Samaya Live Picture
Published On

ନୂଆଦିଲ୍ଲୀ : ଇମ୍ଫାଲ ବିମାନବନ୍ଦର ନିକଟରେ ଗତକାଲି ଅପରାହ୍ନ ୨.୩୦ ସମୟରେ କୌଣସି ଏକ ଅଜଣା ଜିନିଷ ଉଡ଼ିଥିବା ଦେଖିବାକୁ ମିଳିଥିଲା। ଏଥିଯୋଗୁଁ ବିମାନବନ୍ଦରରେ କେତେକ ବିମାନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ତେବେ ଉକ୍ତ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଭାରତୀୟ ବାୟୁସେନା ବାହିନୀ (ଆଇଏଏଫ୍) ଇମ୍ଫାଲ ବିମାନବନ୍ଦର ନିକଟରେ ୨ଟି ରାଫେଲ ଯୁଦ୍ଧ ବିମାନ ମୁତୟନ କରିଛି। କିନ୍ତୁ ସନ୍ଦିଗ୍ଧ ଅଞ୍ଚଳରୁ ରାଫେଲ ଯୁଦ୍ଧ ବିମାନକୁ କିଛି ମିଳିନାହିଁ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ଅନ୍ୟପକ୍ଷେ ଇମ୍ଫାଲ ବିମାନବନ୍ଦରରେ ଏବେ ଉଡ଼ାଣ ପ୍ରକ୍ରିୟା ସ୍ବାଭାବିକ ରହିଛି। ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନକୁ ପଶ୍ଚିମବଙ୍ଗର ହଶିମରା ବାୟୁସେନା ଘାଟିରେ ମୁତୟନ କରାଯାଇଛି ଏବଂ ଚୀନ୍ ସୀମା ସଂଲଗ୍ନ ଇଷ୍ଟର୍ଣ୍ଣ ସେକ୍ଟରରେ ଏହା ବିଭିନ୍ନ ବାୟୁସେନା ଘାଟିରେ ଉଡ଼ାଣ କରୁଛି।

Tags: