ଇମ୍ଫାଲରେ ସ୍କୁଲ ବାହାରେ ମହିଳାଙ୍କୁ ଗୁଳି କରି ହତ୍ୟା
ଇମ୍ଫାଲ: ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଆଜି ଏକ ସ୍କୁଲ୍ ବାହାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ଆଜି ଏହି କାଣ୍ଡ ଘଟାଇଛନ୍ତି। ହିଂସା ପ୍ରବଣ ରାଜ୍ୟରେ ସ୍କୁଲ୍ ଖୋଲିବାର ଦିନକ ପରେ ଆଜି ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନି। ସେ କେଊଁ ସମ୍ପ୍ରଦାୟର ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୨ ମାସ ପରେ ମଣିପୁରରେ ଗତକାଲି ସ୍କୁଲ୍ ଖୋଲିଲା। କିନ୍ତୁ ଆଜି […]
ଇମ୍ଫାଲ: ମଣିପୁରର ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ଆଜି ଏକ ସ୍କୁଲ୍ ବାହାରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଛି। କିଛି ଦୁର୍ବୃତ୍ତ ଆଜି ଏହି କାଣ୍ଡ ଘଟାଇଛନ୍ତି। ହିଂସା ପ୍ରବଣ ରାଜ୍ୟରେ ସ୍କୁଲ୍ ଖୋଲିବାର ଦିନକ ପରେ ଆଜି ଏହି ଘଟଣା ଘଟିଛି। ମୃତ ମହିଳାଙ୍କ ପରିଚୟ ଜଣାପଡ଼ିନି। ସେ କେଊଁ ସମ୍ପ୍ରଦାୟର ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ୨ ମାସ ପରେ ମଣିପୁରରେ ଗତକାଲି ସ୍କୁଲ୍ ଖୋଲିଲା। କିନ୍ତୁ ଆଜି ସକାଳେ ଶିଶୁ ନିଷ୍ଠା ନିକେତନ ସ୍କୁଲ୍ ବାହାରେ ଏହି ଘଟଣା ଘଟିଯାଇଛି। ଉଲ୍ଲେଖଯୋଗ୍ୟ ଯେ ମେ’ ୩ ତାରିଖରେ ମଣିପୁରରେ ହିଂସା ହେବା ପରଠାରୁ ରାଜ୍ୟରେ ପାଖାପାଖି ୧୩୦ ଲୋକଙ୍କର ମୃତ୍ୟୁ ହେଲାଣି ଏବଂ ୫୦ ହଜାରରୁ ଅଧିକ ଲୋକ ରାଜ୍ୟରେ ବିସ୍ଥାପିତ ହୋଇଛନ୍ତି।




