ଇମାମ୍ଙ୍କୁ ନିସ୍ତୁକ ମାଡ଼, ଦାଢ଼ି କାଟିଦେଲେ ଦୁର୍ବୃତ୍ତ
ମୁମ୍ବାଇ, ୨୮/୩ : ଜୟ ଶ୍ରୀ ରାମ ସ୍ଲୋଗାନ ନଦେବାରୁ ମହାରାଷ୍ଟ୍ରର ଜଲନା ଜିଲ୍ଲାରେ ଜଣେ ଇମାମଙ୍କୁ ନିସ୍ତୁକ ମାଡ଼ ମରାଯାଇଛି ଏବଂ ତାଙ୍କ ଦାଢ଼ି କାଟିଦିଆଯାଇଛି। ଜଲନା ଜିଲ୍ଲା ଅଧୀନସ୍ଥ ଅନୱା ଗ୍ରାମର ଏକ ମସଜିଦରେ ଥିବା ଜଣେ ଇମାମଙ୍କ ଉପରେ ରବିବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଛି। ଇମାମଙ୍କ ନାମ ଜାକିର ସୟେଦ ଖାଜା। ରବିବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଇମାମ ମସଜିଦରେ ବସି କୋରାନ ପଢ଼ୁଥିବାବେଳେ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା […]
ମୁମ୍ବାଇ, ୨୮/୩ : ଜୟ ଶ୍ରୀ ରାମ ସ୍ଲୋଗାନ ନଦେବାରୁ ମହାରାଷ୍ଟ୍ରର ଜଲନା ଜିଲ୍ଲାରେ ଜଣେ ଇମାମଙ୍କୁ ନିସ୍ତୁକ ମାଡ଼ ମରାଯାଇଛି ଏବଂ ତାଙ୍କ ଦାଢ଼ି କାଟିଦିଆଯାଇଛି। ଜଲନା ଜିଲ୍ଲା ଅଧୀନସ୍ଥ ଅନୱା ଗ୍ରାମର ଏକ ମସଜିଦରେ ଥିବା ଜଣେ ଇମାମଙ୍କ ଉପରେ ରବିବାର ସନ୍ଧ୍ୟାରେ ଏହି ଆକ୍ରମଣ ହୋଇଛି। ଇମାମଙ୍କ ନାମ ଜାକିର ସୟେଦ ଖାଜା। ରବିବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଇମାମ ମସଜିଦରେ ବସି କୋରାନ ପଢ଼ୁଥିବାବେଳେ କିଛି ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ମସଜିଦ ଭିତରକୁ ପଶିଥିଲେ। ସେମାନେ ଇମାମଙ୍କୁ ଜୟ ଶ୍ରୀରାମ ସ୍ଲୋଗାନ ଦେବାକୁ କହିଥିଲେ। ତେବେ ଇମାମ ଜୟ ଶ୍ରୀରାମ ସ୍ଲୋଗାନ ନଦେବାରୁ ଦୁର୍ବୃତ୍ତମାନେ ତାଙ୍କୁ ମସଜିଦ ବାହାରକୁ ଟେକିନେଇ ନିସ୍ତୁକ ମାଡ଼ ମାରିଥିଲେ। ଦୁର୍ବୃତ୍ତମାନେ ଇମାମଙ୍କୁ ବେହୋସ କରି ତାଙ୍କ ଦାଢ଼ି କାଟି ଦେଇଥିଲେ। ସନ୍ଧ୍ୟା ୮ଟାରେ ଲୋକମାନେ ପ୍ରାର୍ଥନା ପାଇଁ ମସଜିଦରେ ପହଞ୍ଚିବାବେଳେ ଇମାମଙ୍କୁ ମସଜିଦ ବାହାରେ ଅଚେତ ଅବସ୍ଥାରେ ପାଇଥିଲେ। ତାଙ୍କୁ ତୁରନ୍ତ ଔରଙ୍ଗାବାଦ ସରକାରୀ ହସ୍ପିଟାଲ ନିଆଯାଇଥିଲା। ଏବେ ସେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷେ ପୁଲିସ ଉକ୍ତ ଘଟଣାର ତଦନ୍ତ ଆରମ୍ଭ କରିଛି।




