ଇନ୍ଦୋର ମନ୍ଦିର ଦୁର୍ଘଟଣା ମୃତକଙ୍କ ଚକ୍ଷୁ ଦାନ କଲେ ପରିବାର ଲୋକେ

ଇନ୍ଦୋର: ଇନ୍ଦୋର ବେଲେଶ୍ବର ମହାଦବେ ମନ୍ଦିରରେ ଘଟିଥିବା ଦୁର୍ଘଟଣା ସାରା ଦେଶକୁ ଶୋକରେ ରଖିଥିଲା ବେଳେ ଏହାମଧ୍ୟରେ ଏକ ଭଲ ଖବର ମଧ୍ୟ ବାହାରକୁ ଆସିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣ ବ୍ୟକ୍ତିଙ୍କ ପରିବାରଲୋକେ ମୃତକଙ୍କ ଅଙ୍ଗଦାନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏନ୍‌ଜିଓ ସଂସ୍ଥା ମୁସ୍କାନ ଗ୍ରୁପ୍‌ ପକ୍ଷରୁ ଏମ୍‌ୱାଇ ହସ୍ପିଟାଲ୍‌ରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଡାକ୍ତରଙ୍କ ପରାମର୍ଶକ୍ରମେ ଅଙ୍ଗଦାନ ପାଇଁ ସେମାନଙ୍କୁ ରାଜି କରାଇଥିଲେ। ସେମାନଙ୍କ ମଧ୍ୟରୁ ମୃତ୍ୟୁବରଣ କରିଥିବା […]

Samaya Live Picture
Published On

ଇନ୍ଦୋର: ଇନ୍ଦୋର ବେଲେଶ୍ବର ମହାଦବେ ମନ୍ଦିରରେ ଘଟିଥିବା ଦୁର୍ଘଟଣା ସାରା ଦେଶକୁ ଶୋକରେ ରଖିଥିଲା ବେଳେ ଏହାମଧ୍ୟରେ ଏକ ଭଲ ଖବର ମଧ୍ୟ ବାହାରକୁ ଆସିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣ ବ୍ୟକ୍ତିଙ୍କ ପରିବାରଲୋକେ ମୃତକଙ୍କ ଅଙ୍ଗଦାନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏନ୍‌ଜିଓ ସଂସ୍ଥା ମୁସ୍କାନ ଗ୍ରୁପ୍‌ ପକ୍ଷରୁ ଏମ୍‌ୱାଇ ହସ୍ପିଟାଲ୍‌ରେ ମୃତକଙ୍କ ପରିବାର ଲୋକଙ୍କୁ ଭେଟିବା ସହ ଡାକ୍ତରଙ୍କ ପରାମର୍ଶକ୍ରମେ ଅଙ୍ଗଦାନ ପାଇଁ ସେମାନଙ୍କୁ ରାଜି କରାଇଥିଲେ। ସେମାନଙ୍କ ମଧ୍ୟରୁ ମୃତ୍ୟୁବରଣ କରିଥିବା ଇନ୍ଦ୍ର କୁମାର, ଭୂମିକା ଖାନଚନ୍ଦାନି, ଜୟନ୍ତୀ ବାଇ, ଦକ୍ଷା ପଟେଲ, ଲକ୍ଷ୍ମୀ ପଟେଳ, ଭାରତି କୁକ୍ରେଜା, କନକ ପଟେଲଙ୍କ ଚକ୍ଷୁ ଓ ଚର୍ମକୁ ଡାକ୍ତରୀ ଦଳ ସଂରକ୍ଷିତ କରିଥିଲେ। ପରେ ସେମାନଙ୍କ ଆଖିକୁ ଏମ୍‌କେ ଇଣ୍ଟରନ୍ୟାସନାଲ, ଏମ୍‌ୱାଇଏଚ୍‌ ଓ ଶଙ୍କର ଚକ୍ଷୁ ବ୍ୟାଙ୍କକୁ ଦାନ କରାଯାଇଥିଲା। ସେହିପରି ଚର୍ମଗୁଡ଼ିକୁ ଚୋଇଥ୍ରାମ୍‌ ହସ୍ପିଟାଲ୍‌କୁ ଦାନ କରାଯାଇଥିବା ମୁସ୍କାନ୍‌ ଗ୍ରୁପ୍‌ ‌ସ୍ବେଚ୍ଛାସେବୀ ସନ୍ଦୀପାନ୍‌ ଆର୍ଯ୍ୟ ସୂଚନା ଦେଇଛନ୍ତି।

Tags: