ଇନ୍ଦୋର ବେଲେଶ୍ବର ମହାଦେବ ମନ୍ଦିର ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି
ଇନ୍ଦୋର: ଇନ୍ଦୋର ପଟେଲ ନଗରସ୍ଥିତ ବେଲେଶ୍ବର ମହାଦେବ ମନ୍ଦିର କୂଅ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଏବେବି ଅନ୍ୟ ଜଣେ ନିଖୋଜ ଭକ୍ତଙ୍କ ପତ୍ତା ମିଳିନଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରଖାଯାଇଇଛି। ଗୁରୁବାର ରାମନବମୀ ଅବସରରେ ହାଭନ୍ ପୂଜା ଚାଲୁଥିଲା ବେଳେ ମନ୍ଦିର ପରିସରରେ ଥିବା ଏକ କୂଅ ଉପରେ ଭକ୍ତମାନେ ଛିଡ଼ା ହୋଇ ପୂଜା ଦେଖୁଥିଲେ। ହେଲେ କୂଅର ଛାତ ଅଧିକ ଓଜନ ବହନ କରିନପାରିବାରୁ ତାହା ଭୁଶୁଡି ଯାଇଥିଲା। […]
ଇନ୍ଦୋର: ଇନ୍ଦୋର ପଟେଲ ନଗରସ୍ଥିତ ବେଲେଶ୍ବର ମହାଦେବ ମନ୍ଦିର କୂଅ ଛାତ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି। ଏବେବି ଅନ୍ୟ ଜଣେ ନିଖୋଜ ଭକ୍ତଙ୍କ ପତ୍ତା ମିଳିନଥିବାରୁ ସର୍ଚ୍ଚ ଅପରେସନ୍ ଜାରି ରଖାଯାଇଇଛି। ଗୁରୁବାର ରାମନବମୀ ଅବସରରେ ହାଭନ୍ ପୂଜା ଚାଲୁଥିଲା ବେଳେ ମନ୍ଦିର ପରିସରରେ ଥିବା ଏକ କୂଅ ଉପରେ ଭକ୍ତମାନେ ଛିଡ଼ା ହୋଇ ପୂଜା ଦେଖୁଥିଲେ। ହେଲେ କୂଅର ଛାତ ଅଧିକ ଓଜନ ବହନ କରିନପାରିବାରୁ ତାହା ଭୁଶୁଡି ଯାଇଥିଲା। ଫଳରେ ଏହା ଉପରେ ଛିଡ଼ା ହୋଇଥିବା ଭକ୍ତମାନେ ପାଣିରେ ବୁଡ଼ି ଯାଇଥିଲେ। ଉଦ୍ଧାର କାର୍ଯ୍ୟ ପାଇଁ ପ୍ରଶାସନ ସହ ସେନାବାହିନୀ, ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ପକ୍ଷରୁ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ରିପୋର୍ଟ ଲେଖାଯିବା ବେଳକୁ ୩୫ ଶବକୁ ଉଦ୍ଧାର କରାଯାଇଥିବା ଇନ୍ଦୋର ଜିଲ୍ଲା ମାଜିଷ୍ଟ୍ରେଟ୍ ଡକ୍ଟର ଇଲାୟା ରାଜା ଟି. ସୂଚନା ଦେଇଛନ୍ତି। ଏହି ଘଟଣାରେ ଆହତ ୧୬ ଜଣଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି।




