ଇନଷ୍ଟାଗ୍ରାମ ରିଲ୍ସ ବନାଇବା ନିଶାରେ ପିଲାକୁ ବିକିଦେଲେ ବାପା ମା’
କୋଲକାତା: ଇନଷ୍ଟାଗ୍ରାମ୍ ରିଲ୍ସ ବନାଇବା ନିଶା ଏମିତି ଘାରିଲା ଯେ ଏଥିପାଇଁ ପଶ୍ଚିମବଙ୍ଗର ଜଣେ ଦମ୍ପତି ସେମାନଙ୍କ ୮ ମାସର ପୁଅକୁ ବିକି ଦେଇଛନ୍ତି। ଇନଷ୍ଟାଗ୍ରାମ ରିଲ୍ସ ପାଇଁ ଭଲ ଭିଡିଓ ପ୍ରସ୍ତୁତ କରିବାକୁ ସେମାନଙ୍କୁ ଦାମୀ ଫୋନ୍ ଦରକାର ଥିଲା। ସେଥିପାଇଁ ସେମାନେ ଫୋନ କିଣିବାକୁ ନିଜ ପିଲାକୁ ବିକିଦେଲେ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଏହି ଘଟଣା। ଏଭଳି ଏକ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିବା ଦମ୍ପତି ହେଉଛନ୍ତି ଜୟଦେବ ଘୋଷ ଏବଂ […]
କୋଲକାତା: ଇନଷ୍ଟାଗ୍ରାମ୍ ରିଲ୍ସ ବନାଇବା ନିଶା ଏମିତି ଘାରିଲା ଯେ ଏଥିପାଇଁ ପଶ୍ଚିମବଙ୍ଗର ଜଣେ ଦମ୍ପତି ସେମାନଙ୍କ ୮ ମାସର ପୁଅକୁ ବିକି ଦେଇଛନ୍ତି। ଇନଷ୍ଟାଗ୍ରାମ ରିଲ୍ସ ପାଇଁ ଭଲ ଭିଡିଓ ପ୍ରସ୍ତୁତ କରିବାକୁ ସେମାନଙ୍କୁ ଦାମୀ ଫୋନ୍ ଦରକାର ଥିଲା। ସେଥିପାଇଁ ସେମାନେ ଫୋନ କିଣିବାକୁ ନିଜ ପିଲାକୁ ବିକିଦେଲେ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ଏହି ଘଟଣା। ଏଭଳି ଏକ ଜଘନ୍ୟ ଅପରାଧରେ ସମ୍ପୃକ୍ତ ଥିବା ଦମ୍ପତି ହେଉଛନ୍ତି ଜୟଦେବ ଘୋଷ ଏବଂ ତା ପତ୍ନୀ ସାଥୀ। ସେମାନେ ଆଇଫୋନ୍ ୧୪ କିଣିବାପାଇଁ ପୁଅକୁ ୨ ଲକ୍ଷ ଟଙ୍କାରେ ବିକ୍ରି କରିଛନ୍ତି। ପୁଲିସ ଉକ୍ତ ଘଟଣା ସଂକ୍ରାନ୍ତରେ ସେମାନଙ୍କ ପଡ଼ୋଶୀଙ୍କଠାରୁ ଖବର ପାଇବାପରେ ଘଟଣାର ତଦନ୍ତ ଆରମ୍ଭ କରିଥିଲା ଏବଂ ଶିଶୁକୁ କିଣିଥିବା ମହିଳାଙ୍କଠାରୁ ଶିଶୁଙ୍କୁ ଉଦ୍ଧାର କରିଥିଲା। ଏହି ମାମଲାରେ ପୁଲିସ ଶିଶୁର ମା’ ଏବଂ ଶିଶୁକୁ କିଣିଥିବା ମହିଳା ପ୍ରିୟଙ୍କା ଘୋଷଙ୍କୁ ଗିରଫ କରିଛି। ଅନ୍ୟପକ୍ଷେ ଶିଶୁର ବାପା ଏବେ ଫେରାର୍ ଅଛି। ତଦନ୍ତ ସମୟରେ ଶିଶୁର ମା’ ସ୍ବୀକାର କରିଛି ଯେ ସେ ଏବଂ ତା’ର ସ୍ବାମୀ ରାଜ୍ୟସାରା ବୁଲି ଇନଷ୍ଟାଗ୍ରାମ ରିଲ୍ସ ପ୍ରସ୍ତୁତ କରିବାପାଇଁ ଏହି ଟଙ୍କା ବ୍ୟବହାର କରିଥାନ୍ତେ। ସେମାନେ ମଧ୍ୟ ସେମାନଙ୍କ ହନିମୁନ୍ ପାଇଁ ଏହି ଟଙ୍କା ବ୍ୟବହାର କରିଛନ୍ତି ଏବଂ ଦିଘା ବୁଲିବାକୁ ଯାଇଛନ୍ତି ବୋଲି ଜଣେ ପଡ଼ୋଶୀ କହିଛନ୍ତି।




