ଇଦ୍‌ ଉଲ୍‌ ଫିତର ପୂର୍ବରୁ ମହାରାଷ୍ଟ୍ର ମସ୍‌ଜିଦରେ ବିସ୍ଫୋରଣ, ୨ ଗିରଫ

ମୁମ୍ବାଇ: ମହାରାଷ୍ଟ୍ରର ବିଡ଼ରେ ଇଦ୍-ଉଲ୍-ଫିତରର ଗୋଟିଏ ଦିନ ପୂର୍ବରୁ ଏକ ମସଜିଦରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ମସ୍‌ଜିଦ ପରିସରରେ ରଖାଯାଇଥିବା ଜିଲେଟିନ୍ ରଡ୍ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ କେହି ଆହତ ହୋଇନଥିବା ପୁଲିସ କହିଛି। ଜିଓରାଇ ତହସିଲ ଅନ୍ତର୍ଗତ ଅର୍ଦ୍ଧ ମସଲା ଗ୍ରାମର ମସଜିଦରେ ରାତି ପ୍ରାୟ ସାଢ଼େ ୨ଟା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ମସଜିଦ୍‌ର ଆଭ୍ୟନ୍ତରୀଣ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ […]

Samaya Live Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ବିଡ଼ରେ ଇଦ୍-ଉଲ୍-ଫିତରର ଗୋଟିଏ ଦିନ ପୂର୍ବରୁ ଏକ ମସଜିଦରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିବା ଖବର ମିଳିଛି। ମସ୍‌ଜିଦ ପରିସରରେ ରଖାଯାଇଥିବା ଜିଲେଟିନ୍ ରଡ୍ ଯୋଗୁଁ ଏହି ବିସ୍ଫୋରଣ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ କେହି ଆହତ ହୋଇନଥିବା ପୁଲିସ କହିଛି। ଜିଓରାଇ ତହସିଲ ଅନ୍ତର୍ଗତ ଅର୍ଦ୍ଧ ମସଲା ଗ୍ରାମର ମସଜିଦରେ ରାତି ପ୍ରାୟ ସାଢ଼େ ୨ଟା ବେଳେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପରେ ମସଜିଦ୍‌ର ଆଭ୍ୟନ୍ତରୀଣ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଏହି ଘଟଣାରେ ପୁଲିସ ୨ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଏହି ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଆଇନ ଶୃଙ୍ଖଳା ବଜାୟ ରଖିବା ଏବଂ ମିଥ୍ୟା ପ୍ରଚାର ରୋକିବା ପାଇଁ ଗାଁରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଅଧିକାରୀଙ୍କ କହିବା ଅନୁଯାୟୀ, ଜଣେ ବ୍ୟକ୍ତି ମସଜିଦ୍ ପଛପଟୁ ଭିତରକୁ ପଶି ସେଠାରେ କିଛି ଜିଲେଟିନ୍ ରଡ୍ ରଖି ବିସ୍ଫୋରଣ ଘଟାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଭୋର ପ୍ରାୟ ୪ଟା ବେଳେ ଗାଁ ମୁଖିଆ ତଲୱାରା ପୁଲିସକୁ ଖବର ଦେଇଥିଲେ। ଖବର ପାଇ ବିଡ଼ ଆରକ୍ଷୀ ଅଧୀକ୍ଷକ ନବନୀତ କନୱତ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ ସହ ଏକ ଫୋରେନ୍ସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ତଦନ୍ତ କରିଛନ୍ତି।

Tags: