ଇତିହାସ ଏବଂ ଭୂଗୋଳ ଭାରତ ଏବଂ ଏସିଆକୁ ଯୋଡ଼ୁଛି : ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ଗୁରୁବାର ଜାକର୍ତାରେ ଆସିଆନ୍-ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେଇ ମୋଦୀ କହିଛନ୍ତି, ଇତିହାସ ଏବଂ ଭୂଗୋଳ ଭାରତ ଏବଂ ଏସିଆକୁ ଯୋଡ଼ୁଛି। ବହୁମୁଖୀ ଦୁନିଆରେ ସହଭାଗୀ ମୂଲ୍ୟବୋଧ, ଆଞ୍ଚଳିକ ଏକତା, ଶାନ୍ତି , ସମୃଦ୍ଧି ଏବଂ ପାରସ୍ପରିକ ବିଶ୍ବାସ ମଧ୍ୟ ଆମକୁ ଏକତ୍ରିତ କରିଛି ବୋଲି ମୋଦୀ ପୂର୍ବ ଏସିଆ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି। ସେହିପରି ଭାରତର ଆକ୍ଟ ଇଷ୍ଟ ପଲିସିର ଏସିଆ ଏକ କେନ୍ଦ୍ର […]

Samaya Live Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଣ୍ଡୋନେସିଆ ଗସ୍ତରେ ଅଛନ୍ତି। ଗୁରୁବାର ଜାକର୍ତାରେ ଆସିଆନ୍-ଇଣ୍ଡିଆ ସମ୍ମିଳନୀରେ ଯୋଗ ଦେଇ ମୋଦୀ କହିଛନ୍ତି, ଇତିହାସ ଏବଂ ଭୂଗୋଳ ଭାରତ ଏବଂ ଏସିଆକୁ ଯୋଡ଼ୁଛି। ବହୁମୁଖୀ ଦୁନିଆରେ ସହଭାଗୀ ମୂଲ୍ୟବୋଧ, ଆଞ୍ଚଳିକ ଏକତା, ଶାନ୍ତି , ସମୃଦ୍ଧି ଏବଂ ପାରସ୍ପରିକ ବିଶ୍ବାସ ମଧ୍ୟ ଆମକୁ ଏକତ୍ରିତ କରିଛି ବୋଲି ମୋଦୀ ପୂର୍ବ ଏସିଆ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି। ସେହିପରି ଭାରତର ଆକ୍ଟ ଇଷ୍ଟ ପଲିସିର ଏସିଆ ଏକ କେନ୍ଦ୍ର ଅଟେ। ଭାରତ ଏସିଆର କେନ୍ଦ୍ରୀୟତା ଏବଂ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଏସିଆର ଦୃଷ୍ଟିକୋଣକୁ ସମର୍ଥନ କରେ। ଭାରତର ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଏସିଆ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ବୋଲି ମୋଦୀ କହିଛନ୍ତି। ମୋଦୀ ସମ୍ମିଳନୀର କିଛି ଫଟୋ ଏକ୍ସରେ ସେୟାର କରି ଜାକର୍ତାରେ ପୂର୍ବ ଏସିଆ ସମ୍ମିଳନୀରେ ଯୋଗ ଦେଇଥିବା କହିଛନ୍ତି। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଫଳପ୍ରଦ ଆଲୋଚନା ହୋଇଥିବା ମୋଦୀ ସ୍ପଷ୍ଟ କରିଛନ୍ତି। ମୋଦୀ କହିଛନ୍ତି ଗତ ବର୍ଷ ଆମେ ଭାରତ- ଆସିଆନ ବନ୍ଧୁତ୍ବ ଦିବସ ପାଳନ କରିଥିଲୁ ଏବଂ ଏହାକୁ ଏକ ବ୍ୟାପକ ରଣନୀତିକ ଭାଗିଦାରୀ ରୂପ ପ୍ରଦାନ କରିଥିଲୁ। ଆମର ସହଭାଗିତା ଚତୁର୍ଥ ଦଶନ୍ଧିରେ ପହଞ୍ଚିଛି। ଏଭଳି ସମୟରେ ଏସିଆନ-ଇଣ୍ଡିଆ ସମ୍ମିଳନୀର ସହ ଅଧ୍ୟକ୍ଷ ହେବା ମୋ ପାଇଁ ଏକ ଗୌରବର ବିଷୟ। ଏହି ସମ୍ମିଳନୀ ଆୟୋଜନ କରିଥିବାରୁ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋଗ ୱିଡୋଡୋଙ୍କୁ ମୋର ଶୁଭେଚ୍ଛା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ନିୟମ ଆଧାରିତ କରୋନା ପରବର୍ତ୍ତୀ ବିଶ୍ବ ବ୍ୟବସ୍ଥାର ନିର୍ମାଣ ଏବଂ ଗ୍ଲୋବାଲ ସାଉଥ୍ର ସ୍ବର ସୁଦୃଢ଼ କରିବାପାଇଁ ଆହ୍ବାନ ଦେଇଛନ୍ତି। ଏକ ମୁକ୍ତ ଏବଂ ଖୋଲା ଇଣ୍ଡୋ-ପାସିଫିକ୍ ସୁନିଶ୍ଚିତ କରିବା ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଆସିଆରନ ଦୃଷ୍ଟିକୋଣକୁ ଭାରତ ସମର୍ଥନ କରୁଛି ବୋଲି ମୋଦୀ କହିଛନ୍ତି। ମୋଦୀ ଆସିଆନକୁ ଅଭିବୃଦ୍ଧିର କେନ୍ଦ୍ର ବୋଲି ବର୍ଣ୍ଣନା କରିଛନ୍ତି ଏବଂ କହିଛନ୍ତି ଏହା ବିଶ୍ବ ବିକାଶରେ ଏକ ଗୁରୁତ୍ବପୂର୍ଣ୍ଣ ଭୁମିକା ନିର୍ବାହ କରୁଛି। ଏକବିଂଶ ଶତାବ୍ଦୀ ଏସିଆର ଶତାବ୍ଦୀ ଏବଂ ଏହା ଆମ ସମସ୍ତଙ୍କ ଶତାବ୍ଦୀ ବୋଲି ମୋଦୀ କହିଛନ୍ତି।

Tags: