‘ଇଣ୍ଡି ମେଣ୍ଟ’ ସନାତନ ଧର୍ମକୁ ଶେଷ କରିଦେବାକୁ ଚାହେ : ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ମୋଦୀ କହିଛନ୍ତି, ବିରୋଧୀ ଇଣ୍ଡିଆ ମେଣ୍ଟ ‘ସନାତନ ଧର୍ମ’ ପ୍ରତି ବିପଦ। ସେମାନେ ସନାତନ ଧର୍ମକୁ ଶେଷ କରିଦେବାକୁ ଚାହାନ୍ତି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ରାଲିରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, କିଛି ଗୋଷ୍ଠୀ ଦେଶ ଏବଂ ସମାଜର ବିଭାଜନ ପାଇଁ କାମ କରୁଛନ୍ତି। ଇଣ୍ଡିୖଆ ମେଣ୍ଟକୁ କଟାକ୍ଷ କରି ମୋଦୀ କହିଛନ୍ତି, ସେମାନେ ଇଣ୍ଡି ମେଣ୍ଟ ଗଠନ ପାଇଁ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି।
ମୋଦୀ କହିଛନ୍ତି, ବିରୋଧୀ ଇଣ୍ଡିଆ ମେଣ୍ଟ ‘ସନାତନ ଧର୍ମ’ ପ୍ରତି ବିପଦ। ସେମାନେ ସନାତନ ଧର୍ମକୁ ଶେଷ କରିଦେବାକୁ ଚାହାନ୍ତି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏକ ରାଲିରେ ଉଦ୍ବୋଧନ ଦେଇ ମୋଦୀ କହିଛନ୍ତି, କିଛି ଗୋଷ୍ଠୀ ଦେଶ ଏବଂ ସମାଜର ବିଭାଜନ ପାଇଁ କାମ କରୁଛନ୍ତି। ଇଣ୍ଡିୖଆ ମେଣ୍ଟକୁ କଟାକ୍ଷ କରି ମୋଦୀ କହିଛନ୍ତି, ସେମାନେ ଇଣ୍ଡି ମେଣ୍ଟ ଗଠନ ପାଇଁ ଆଗେଇ ଆସିଛନ୍ତି। ଭାରତର ସଂସ୍କୃତି ଉପରେ ଆକ୍ରମଣ କରିବା ସେମାନଙ୍କର ହିଡେନ ଏଜେଣ୍ଡା। ସନାତନ ସଂସ୍କୃତିକୁ ଶେଷ କରିବାପାଇଁ ଇଣ୍ଡି ମେଣ୍ଟ ଗଠନ ହୋଇଛି ବୋଲି ମୋଦୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସନାତନ ଧର୍ମ ଟିପ୍ପଣୀ ପ୍ରସଙ୍ଗରେ ମୋଦୀ ଆଜି ପ୍ରଥମ ମନ୍ତବ୍ୟ ରଖିଛନ୍ତି। ପୂର୍ବରୁ ସେ ତାଙ୍କ ମନ୍ତ୍ରୀ ଏବଂ ବିଜେପି ନେତାମାନଙ୍କୁ ସନାତନ ଧର୍ମ ଉପରେ କିଛି ଟିପ୍ପଣୀ ରଖିବାକୁ ମନା କରିଥିଲେ। ତେବେ ଆଜି ମୋଦୀ ପ୍ରଥମ ଥର ପାଇଁ ସନାତନ ଧର୍ମ ସଂକ୍ରାନ୍ତରେ ଟିପ୍ପଣୀ ରଖିଛନ୍ତି । ତାମିଲନାଡ଼ୁ ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କ ‘ସନାତନ ଧର୍ମ’ ଟିପ୍ପଣୀକୁ ନେଇ ବିବାଦ ଲାଗି ରହିଥିବାବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥିପାଇଁ ଇଣ୍ଡିଆ ମେଣ୍ଟକୁ କଡ଼ା ସମାଲୋଚନା କରିଛନ୍ତି।




