ଇଣ୍ଡି ମେଣ୍ଟ ଛାଡ଼ିଲା ଆପ୍‌

ନୂଆଦିଲ୍ଲୀ: ଆ‌ମ୍‌ ଆଦମୀ ପାର୍ଟି (ଆପ୍‌) ଦଳ ଔପଚାରିକ ଭାବେ ଇଣ୍ଡି ମେଣ୍ଟରୁ ଓହରି ଯାଇଛି। ଆପ୍‌ ରାଜ୍ୟସଭା ସାଂସଦ ସଂଜୟ ସିଂହ ଏନେଇ ଘୋ‌ଷଣା କରିଛନ୍ତି ଯେ ଆପ୍‌ ଆଉ ଇଣ୍ଡି ମେଣ୍ଟର ଅଂଶ ନୁ‌ହେଁ। ଗଣମାଧ୍ୟମକୁ ଶ୍ରୀ ସିଂହ କହିଛନ୍ତି, ଆମେ ଆମ ସ୍ଥିତି ସ୍ପଷ୍ଟ କରିଛୁ ଯେ ଇଣ୍ଡି ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ ଥିଲା। ତେବେ ଆପ୍‌ ସର୍ବଦା ସରାକାରଙ୍କ ଭୁଲ୍‌ ନୀତିକୁ ବିରୋଧ କରିବ ବୋଲି ସେ ଦୃଢ଼ୋକ୍ତି […]

ଇଣ୍ଡି ମେଣ୍ଟ ଛାଡ଼ିଲା ଆପ୍‌
Samaya Live Picture
Published On

ନୂଆଦିଲ୍ଲୀ: ଆ‌ମ୍‌ ଆଦମୀ ପାର୍ଟି (ଆପ୍‌) ଦଳ ଔପଚାରିକ ଭାବେ ଇଣ୍ଡି ମେଣ୍ଟରୁ ଓହରି ଯାଇଛି। ଆପ୍‌ ରାଜ୍ୟସଭା ସାଂସଦ ସଂଜୟ ସିଂହ ଏନେଇ ଘୋ‌ଷଣା କରିଛନ୍ତି ଯେ ଆପ୍‌ ଆଉ ଇଣ୍ଡି ମେଣ୍ଟର ଅଂଶ ନୁ‌ହେଁ। ଗଣମାଧ୍ୟମକୁ ଶ୍ରୀ ସିଂହ କହିଛନ୍ତି, ଆମେ ଆମ ସ୍ଥିତି ସ୍ପଷ୍ଟ କରିଛୁ ଯେ ଇଣ୍ଡି ମେଣ୍ଟ କେବଳ ଲୋକସଭା ନିର୍ବାଚନ ପାଇଁ ଥିଲା। ତେବେ ଆପ୍‌ ସର୍ବଦା ସରାକାରଙ୍କ ଭୁଲ୍‌ ନୀତିକୁ ବିରୋଧ କରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି। ଶ୍ରୀ ସିଂହ କହିଛନ୍ତି, ଏବେ ବିହାର, ଉତ୍ତରପ୍ରଦେଶ ଏବଂ ପୂର୍ବାଞ୍ଚଳରେ ଲୋକମାନଙ୍କ ଘର ଏବଂ ଦୋକାନକୁ ଯେଉଁଭଳି ବୁଲଡୋଜର ଲଗାଇ ଭଙ୍ଗା ଯାଉଛି ଆମେ ସେହି ପ୍ରସଙ୍ଗ ସଂସଦରେ ଉଠାଇବୁ। ବିଶେଷ କରି ଦିଲ୍ଲୀରେ ବସ୍ତି ବାସିନ୍ଦାଙ୍କୁ ଯେଭଳି ହଟାଯାଇଛି ତା’ ବିରୋଧରେ ସ୍ବର ଉତ୍ତୋଳନ କରାଯିବ ବୋଲି ସେ କହିଛନ୍ତି।

Tags: