ଇଣ୍ଡି ମେଣ୍ଟ କେବଳ ଜାତୀୟ ନିର୍ବାଚନ ପାଇଁ ଉଦ୍ଦିଷ୍ଟ ଥିଲା : ଶରଦ ପାୱାର
ନୂଆଦିଲ୍ଲୀ : ଲୋକସଭାରେ ବିଜେପିକୁ ମାତ୍ ଦେବା ପାଇଁ ଗଠନ ହୋଇଥିବା ବିରୋଧୀ ଇଣ୍ଡି ମେଣ୍ଟରେ ଏବେ ସବୁକିଛି ଠିକ ଚାଲିନଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଏନ୍ସିପି ନେତା ଶରଦ ପାୱାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଇଣ୍ଡି ମେଣ୍ଟ କେବଳ ଜାତୀୟ ନିର୍ବାଚନ ପାଇଁ ଗଠନ ହୋଇଥିଲା। ରାଜ୍ୟ ବିଧାନସଭା ଏବଂ ସ୍ଥାନୀୟ ନିର୍ବାଚନ ସଂକ୍ରାନ୍ତରେ ଏଥିରେ କୌଣସି ପ୍ରକାର ଆଲୋଚନା ହୋଇନଥିଲା। ଶରଦ ପାୱାରଙ୍କ ଏଭଳି ପ୍ରତିକ୍ରିୟା ଜାତୀୟ […]
ନୂଆଦିଲ୍ଲୀ : ଲୋକସଭାରେ ବିଜେପିକୁ ମାତ୍ ଦେବା ପାଇଁ ଗଠନ ହୋଇଥିବା ବିରୋଧୀ ଇଣ୍ଡି ମେଣ୍ଟରେ ଏବେ ସବୁକିଛି ଠିକ ଚାଲିନଥିବା ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ଏନ୍ସିପି ନେତା ଶରଦ ପାୱାର ଆଜି ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଇଣ୍ଡି ମେଣ୍ଟ କେବଳ ଜାତୀୟ ନିର୍ବାଚନ ପାଇଁ ଗଠନ ହୋଇଥିଲା। ରାଜ୍ୟ ବିଧାନସଭା ଏବଂ ସ୍ଥାନୀୟ ନିର୍ବାଚନ ସଂକ୍ରାନ୍ତରେ ଏଥିରେ କୌଣସି ପ୍ରକାର ଆଲୋଚନା ହୋଇନଥିଲା। ଶରଦ ପାୱାରଙ୍କ ଏଭଳି ପ୍ରତିକ୍ରିୟା ଜାତୀୟ ରାଜନୀତିକୁ ସରଗରମ କରି ଦେଇଛି। ଶରଦ ପାୱାର କହିଛନ୍ତି ଯେ ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଇଣ୍ଡି ମେଣ୍ଟରେ କୌଣସି ଆଲୋଚନା ହୋଇନଥିଲା। ତେବେ ଆମେ ସମସ୍ତେ ଆଗାମୀ ୧୦ ଦିନ ଭିତରେ ଏକାଠି ହେବୁ ଏବଂ ଆଞ୍ଚଳିକ ନିର୍ବାଚନ ବିଷୟରେ ଆଲୋଚନା କରିବୁ ବୋଲି ଶରଦ ପାୱାର




