ଇଣ୍ଡିଗୋ ବିମାନରେ ଏସି ଖରାପ୍‌ ଯୋଗୁଁ ଯାତ୍ରୀ ହଟହଟା , କାଗଜ ଓ ଟିସ୍ୟୁରେ ବିଞ୍ଚିହେଲେ

ନୂଆଦିଲ୍ଲୀ: ଚଣ୍ଡୀଗଡ଼ରୁ ଜୟପୁରକୁ ଉଡ଼ାଣ କରୁଥିବା ଇଣ୍ଡିଗୋ ଏୟାରଲାଇନର ଏକ ବିମାନର ଏସି କାମ ନକରିବାରୁ ଯାତ୍ରୀମାନେ ହଟହଟା ହୋଇଛନ୍ତି। ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ୱାରିଂ ଶନିବାର ଏ ନେଇ ଏକ ଅଭିଯୋଗ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଦାବି କରିଛନ୍ତି। ଟ୍ବିଟରରେ ସେ ପୋଷ୍ଟ କରିଥିବା ଏକ ଭିଡିଓରେ ଯାତ୍ରୀମାନେ କାଗଜ […]

Samaya Live Picture
Published On

ନୂଆଦିଲ୍ଲୀ: ଚଣ୍ଡୀଗଡ଼ରୁ ଜୟପୁରକୁ ଉଡ଼ାଣ କରୁଥିବା ଇଣ୍ଡିଗୋ ଏୟାରଲାଇନର ଏକ ବିମାନର ଏସି କାମ ନକରିବାରୁ ଯାତ୍ରୀମାନେ ହଟହଟା ହୋଇଛନ୍ତି। ପଞ୍ଜାବ କଂଗ୍ରେସ ସଭାପତି ଅମରିନ୍ଦର ସିଂହ ରାଜା ୱାରିଂ ଶନିବାର ଏ ନେଇ ଏକ ଅଭିଯୋଗ କରିଛନ୍ତି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏବଂ ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ସେ ଦାବି କରିଛନ୍ତି। ଟ୍ବିଟରରେ ସେ ପୋଷ୍ଟ କରିଥିବା ଏକ ଭିଡିଓରେ ଯାତ୍ରୀମାନେ କାଗଜ ଏବଂ ଟିସ୍ୟୁ ପେ‌ପରରେ ବିଞ୍ଚି ହେଉଥିବା ଦେଖିବାକୁ ମିଳିଛି। ବିମାନ ଉଡ଼ାଣ ଆରମ୍ଭରୁ ଅବତରଣ ପର୍ଯ୍ୟନ୍ତ ଏସି ବନ୍ଦ ଥିବା ସେ ଅଭିଯୋଗ କରିଛନ୍ତି ଏବଂ ଉକ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି କରିଛନ୍ତି।

Tags: