ଇଣ୍ଡିଆ ମେଣ୍ଟ ପାଇଁ ୭ ଦଳ ଚିନ୍ତାର କାରଣ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାତ୍‌ ଦେବାପାଇଁ ବିରୋଧୀ ଦଳଗୁଡ଼ିକ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। କିନ୍ତୁ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ବାହାରେ କିଛି ଦଳ ଅଛନ୍ତି ଯେଉଁମାନେ ବିରୋଧୀ ମେଣ୍ଟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବେ। ବିହାରରେ ପପୁ ଯାଦବଙ୍କ ନେତୃତ୍ବରେ ପରିଚାଳିତ ଦଳ ଜନ ଅଧିକାର ପାର୍ଟି, ମୁକେଶ ସହନୀଙ୍କ ବିକାଶଶୀଳ ଇନସାନ ପାର୍ଟି, ଓଡ଼ିଶାରେ ବିଜୁ ଜନତା ଦଳ, ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି, ଆନ୍ଧ୍ରପ୍ରଦେଶର […]

Samaya Live Picture
Published On

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମାତ୍‌ ଦେବାପାଇଁ ବିରୋଧୀ ଦଳଗୁଡ଼ିକ ମିଶି ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି। କିନ୍ତୁ ଏନଡିଏ ଏବଂ ଇଣ୍ଡିଆ ମେଣ୍ଟ ବାହାରେ କିଛି ଦଳ ଅଛନ୍ତି ଯେଉଁମାନେ ବିରୋଧୀ ମେଣ୍ଟ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବେ। ବିହାରରେ ପପୁ ଯାଦବଙ୍କ ନେତୃତ୍ବରେ ପରିଚାଳିତ ଦଳ ଜନ ଅଧିକାର ପାର୍ଟି, ମୁକେଶ ସହନୀଙ୍କ ବିକାଶଶୀଳ ଇନସାନ ପାର୍ଟି, ଓଡ଼ିଶାରେ ବିଜୁ ଜନତା ଦଳ, ତେଲେଙ୍ଗାନାର ଭାରତ ରାଷ୍ଟ୍ର ସମିତି, ଆନ୍ଧ୍ରପ୍ରଦେଶର ୱାଇଏସ୍‌ଆରସିପି, ଅସଉଦ୍ଦିନ ଅୱେସୀଙ୍କ ଏଆଇଏମଆଇଏମ ଏବଂ ମାୟାବତୀଙ୍କ ବିଏସ୍‌ପି ଉକ୍ତ ଦୁଇ ମେଣ୍ଟରେ ସାମିଲ ନହୋଇ ଅଲଗା ନିର୍ବାଚନ ଲଢ଼ିବେ। ଏହି ଦଳଗୁଡ଼ିକର ପ୍ରଭାବ ସେମାନଙ୍କ ରାଜ୍ୟରେ ଅଧିକ ରହିଛି। ତେଣୁ ସେମାନେ ବିରୋଧୀଙ୍କ ଭୋଟକୁ ବିଭାଜନ କରିଦେବେ।

Tags: