ଇଣ୍ଡିଆ ମେଣ୍ଟର ମୁମ୍ବାଇ ବୈଠକରେ ଡ୍ରାମା , ବୈଠକ ମଝିରେ ହଠାତ ପଶିଲେ କପିଲ ସିବଲ
ମୁମ୍ବାଇ : ମୁମ୍ବାଇରେ ବିରୋଧୀ ଇଣ୍ଡିଆ ମେଣ୍ଟର ଆଜି ଔପଚାରିକ ବୈଠକ ଚାଲିଛି। ଗତକାଲି ସନ୍ଧ୍ୟାରେ ଅନୌପଚାରିକ ବୈଠକ ହେବାପରେ ଆଜି ଔପଚାରିକ ବୈଠକ ଅଛି। ତେବେ ଇଣ୍ଡିଆ ମେଣ୍ଟର ବୈଠକରେ ଆଜି ଡ୍ରାମା ହୋଇଛି। ପୂର୍ବତନ କଂଗ୍ରେସ ନେତା କପିଲ ସିବଲ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ହଠାତ ବୈଠକକୁ ଏଣ୍ଟ୍ରି ମାରିବା ଦ୍ବାରା ଏଥିରେ ଅନେକ କଂଗ୍ରେସ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ସିବଲଙ୍କ ଉପସ୍ଥିତି ନେଇ ମହାରାଷ୍ଟ୍ରର […]
ମୁମ୍ବାଇ : ମୁମ୍ବାଇରେ ବିରୋଧୀ ଇଣ୍ଡିଆ ମେଣ୍ଟର ଆଜି ଔପଚାରିକ ବୈଠକ ଚାଲିଛି। ଗତକାଲି ସନ୍ଧ୍ୟାରେ ଅନୌପଚାରିକ ବୈଠକ ହେବାପରେ ଆଜି ଔପଚାରିକ ବୈଠକ ଅଛି। ତେବେ ଇଣ୍ଡିଆ ମେଣ୍ଟର ବୈଠକରେ ଆଜି ଡ୍ରାମା ହୋଇଛି। ପୂର୍ବତନ କଂଗ୍ରେସ ନେତା କପିଲ ସିବଲ ଅତ୍ୟନ୍ତ ଅପ୍ରତ୍ୟାଶିତ ଭାବେ ହଠାତ ବୈଠକକୁ ଏଣ୍ଟ୍ରି ମାରିବା ଦ୍ବାରା ଏଥିରେ ଅନେକ କଂଗ୍ରେସ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା କେସି ବେଣୁଗୋପାଳ ସିବଲଙ୍କ ଉପସ୍ଥିତି ନେଇ ମହାରାଷ୍ଟ୍ରର ପୁର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ନିକଟରେ ଅଭିଯୋଗ ରଖିଛନ୍ତି। ଠାକ୍ରେ ମୁମ୍ବାଇ ବୈଠକର ଆୟୋଜନ କରିଛନ୍ତି। ତେବେ ଅନ୍ୟ ବରିଷ୍ଠ ନେତା ତଥା ଏନ୍ସି ନେତା ଫାରୁକ ଅବଦୁଲ୍ଲା ଏବଂ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସିବଲଙ୍କ ଉପସ୍ଥିତିକୁ ଗ୍ରହଣ କରିବାପାଇଁ ବେଣୁଗୋପାଳଙ୍କୁ ଅନୁରୋଧ କରିଛନ୍ତି। ତେବେ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ। ପରିଶେଷରେ ଇଣ୍ଡିଆ ମେଣ୍ଟର ଫଟୋରେ ବି ସିବଲ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସିବଲ ଗତବର୍ଷ ମେ’ ୧୬ରେ କଂଗ୍ରେସ ଦଳ ଛାଡ଼ି ଦେଇଥିଲେ।




