ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ , ଏଜେଣ୍ଡାରେ ନିର୍ବାଚନ ରଣନୀତି

ନୂଆଦିଲ୍ଲୀ : ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ଆଜି ସନ୍ଧ୍ୟାରେ ହେବ। ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ୧୪ ସଦସ୍ୟ ବିଶିଷ୍ଟ ଏହି କମିଟିର ବୈଠକ ହେବ। ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ଏହି ବୈଠକର ମୁଖ୍ୟ ଏଜେଣ୍ଡା। ଆସନ ବୁଝାମଣା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇପାରେ। ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତ ହେବାକୁ ବୈଠକରେ ଆସନ ବୁଝାମଣା ନେଇ ଆଲୋଚନା ପ୍ରମୁଖ ଗୁରୁତ୍ବ ନିର୍ବାହ କରୁଛି। ଗତକାଲି ମଧ୍ୟ ଶିବସେନା (ୟୁୂବିଟି)ମୁଖ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ : ବିରୋଧୀ ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ଆଜି ସନ୍ଧ୍ୟାରେ ହେବ। ଏନ୍‌ସିପି ସୁପ୍ରିମୋ ଶରଦ ପାୱାରଙ୍କ ବାସଭବନରେ ୧୪ ସଦସ୍ୟ ବିଶିଷ୍ଟ ଏହି କମିଟିର ବୈଠକ ହେବ। ନିର୍ବାଚନ ସଂକ୍ରାନ୍ତରେ ଆଲୋଚନା ଏହି ବୈଠକର ମୁଖ୍ୟ ଏଜେଣ୍ଡା। ଆସନ ବୁଝାମଣା ସଂକ୍ରାନ୍ତରେ ବୈଠକରେ ଆଲୋଚନା ହୋଇପାରେ। ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତ ହେବାକୁ ବୈଠକରେ ଆସନ ବୁଝାମଣା ନେଇ ଆଲୋଚନା ପ୍ରମୁଖ ଗୁରୁତ୍ବ ନିର୍ବାହ କରୁଛି। ଗତକାଲି ମଧ୍ୟ ଶିବସେନା (ୟୁୂବିଟି)ମୁଖ୍ୟ ଉଦ୍ଧବ ଠାକ୍‌ରେ ଏହି ବୈଠକ ସଂକ୍ରାନ୍ତରେ ଶରଦ ପାୱାରଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ୍‌ ଧରି ବୈଠକ ଚାଲିଥିଲା। ବୈଠକରେ ଏନ୍‌ସିପି ରାଜ୍ୟ ବିଭାଗ ମୁଖ୍ୟ ଜୟନ୍ତ ପାଟିଲ ଉପସ୍ଥିତ ଥିଲେ। ବୈଠକପରେ ପାଟିଲ କହିଛନ୍ତି, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶରେ ପ୍ରଥମେ ଆସନ୍ତା‌ ବୁଝାମଣା ନେଇ ନିଷ୍ପତ୍ତି ନିଆଯିବ। ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ ମେଣ୍ଟର ଏହି ସମନ୍ବୟ କମିଟଇରେ ୧୪ ସଦସ୍ୟ ଅଛନ୍ତି ଏବଂ ସେମାନେ ହେଉଛନ୍ତି କେସି ବେଣୁଗୋପାଳ (କଂଗ୍ରେସ), ଟି ଆର୍‌ ବାଲୁ (ଡିଏମ୍‌କେ), ହେମନ୍ତ ସୋରେନ (ଜେଏମ୍ଏମ୍‌), ସଂଜୟ ରାଉତ (ଶିବସେନା-ୟୁବିଟି), ତେଜସ୍ବୀ ଯାଦବ (ଆର୍‌ଜେଡି),ରାଘବ ଚଢ଼ା (ଆପ୍‌), ଜାଭେଡ ଅଲି ଖାନ୍‌ (ଏସ୍‌ପି), ଲଳନ ସିଂହ (ଜେଡିୟୁ), ଡି ରାଜା (ସିପିଆଇ),ଓମାର ଅବଦୁଲ୍ଲା (ଏନ୍‌ସି), ମେହବୁବା ମୁଫ୍‌ତି (ପିଡିପି), ଅଭିଶେକ ବାନାର୍ଜୀ (ଟିଏମ୍‌ସି) ଏବଂ ସିପିଆଇଏମ୍‌ର ଜଣେ ସଦସ୍ୟ।

Tags: