ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା, ପଶ୍ଚିମବଙ୍ଗ, କେରଳରେ ଅଲଗା ନିର୍ବାଚନ ଲଢ଼ିବ ସିପିଏମ୍‌

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ରୋକିବା ପାଇଁ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ସିପିଆଇ-ଏମ୍‌ ପଶ୍ଚିମବଙ୍ଗ ଓ କେରଳରେ ମେଣ୍ଟରୁ ଅଲଗା ରହି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଦୁଇ ରାଜ୍ୟରେ ଏହାର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛି  ମମତା ବାନାର୍ଜୀଙ୍କ ତୃଣମୂଳ ଓ କଂଗ୍ରେସ। ସମସ୍ତେ ଇଣ୍ଡିଆ ମେଣ୍ଟରେ ଅଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ସିପିଏମ୍‌ କଂଗ୍ରେସ ଓ ତୃଣମୂଳ ଉଭୟଙ୍କଠାରୁ ଦୂରତା ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀରେ ସିପିଏମ୍‌ […]

Samaya Live Picture
Published On

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ରୋକିବା ପାଇଁ ଗଠନ ହୋଇଥିବା ଇଣ୍ଡିଆ ମେଣ୍ଟକୁ ଶକ୍ତ ଝଟକା ଲାଗିଛି। ସିପିଆଇ-ଏମ୍‌ ପଶ୍ଚିମବଙ୍ଗ ଓ କେରଳରେ ମେଣ୍ଟରୁ ଅଲଗା ରହି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଦୁଇ ରାଜ୍ୟରେ ଏହାର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ହେଉଛି  ମମତା ବାନାର୍ଜୀଙ୍କ ତୃଣମୂଳ ଓ କଂଗ୍ରେସ। ସମସ୍ତେ ଇଣ୍ଡିଆ ମେଣ୍ଟରେ ଅଛନ୍ତି।ପ୍ରାପ୍ତ ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ସିପିଏମ୍‌ କଂଗ୍ରେସ ଓ ତୃଣମୂଳ ଉଭୟଙ୍କଠାରୁ ଦୂରତା ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀରେ ସିପିଏମ୍‌ ପଲିଟି ବ୍ୟୁରୋ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ସିପିଏମ୍ ଗତ ସପ୍ତାହରେ ଇଣ୍ଡିଆ ମେଣ୍ଟର ସମନ୍ବୟ କମିଟି ବୈଠକରେ ଯୋଗ ଦେଇ ନ ଥିଲା। ୧୪ ସଦସ୍ୟବିଶିଷ୍ଟ ପ୍ୟାନେଲରେ ଗୋଟିଏ ସିଟ୍ ଖାଲି ରଖାଯାଇଥିଲା। ସିପିଏମ୍ ପଲିଟି ବ୍ୟୁରୋ ସଦସ୍ୟ ତଥା ପୂର୍ବତନ ରାଜ୍ୟସଭା ସାଂସଦ ନୀଳୋତ୍ପଳ ବସୁ ଇଣ୍ଡିଆ ମେଣ୍ଟର ରଣନୀତି ଉପରେ କହିଛନ୍ତି ଯେ, ସଂଗଠନାତ୍ମକ ଢାଞ୍ଚା ତିଆରି ହେଲେ ଇଣ୍ଡିଆ ଗ୍ରୁପ୍‌ର ବିସ୍ତାରରେ ବାଧା ଆସିପାରେ। ଆମେ ଇଣ୍ଡିଆ ଗ୍ରୁପ୍‌କୁ ମଜଭୁତ କରିବୁ। କିନ୍ତୁ ସଂଗଠନାତ୍ମକ ଢାଞ୍ଚା ଇଣ୍ଡିଆ ଗ୍ରୁପ୍‌ର ବିସ୍ତାରରେ ବାଧା ସୃଷ୍ଟି
କରିପାରେ। ଇଣ୍ଡିଆ ଗ୍ରୁପ୍ ସହ ଜଡ଼ିତ କୌଣସି ଦଳ ଏହା କହିପାରିବ ନାହିଁ ଯେ କୌଣସି ସ୍ଥାନରେ ନିର୍ବାଚନକୁ ନେଇ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବ ନାହିଁ। ନୀଳୋତ୍ପଳ ବସୁ କହିଛନ୍ତି, ଆମେ ରାଷ୍ଟ୍ରୀୟ ସ୍ତରରେ ଯେତେଦୂର ସମ୍ଭବ ନିଜନିଜ ଭିତରେ ଲଢ଼େଇ କମ୍ କରିବାକୁ ଚେଷ୍ଟା କରିବୁ।

Tags: