ଇଣ୍ଡିଆ ମେଣ୍ଟକୁ ଡବଲ୍ ଝଟକା, ପଶ୍ଚିମବଙ୍ଗ, ପଂଜାବରେ ଏକାକି ଲଢ଼ିବେ ଟିଏମସି, ଆପ୍

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ଆଜି ଡବଲ୍ ଝଟକା ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ସେମାନଙ୍କ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବେ। ପଶ୍ଚିମବଙ୍ଗରେ କଂଗ୍ରେସ ସହ ମେଣ୍ଟ ନକରି ଟିଏମସି ଏକାକୀ ଲଢ଼ିବ ବୋଲି ମମତା ଘୋଷଣା କରିବାପରେ ପଂଜାବରେ ମାନ୍ ମଧ୍ୟ ଅନୁରୂପ ଘୋଷଣା କରିଛନ୍ତି। ମାନ୍ କହିଛନ୍ତି ଦଳ ପଂଜାବରେ ଅନ୍ୟ କୌଣସି ଦଳ […]

Samaya Live Picture
Published On

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟକୁ ଆଜି ଡବଲ୍ ଝଟକା ଲାଗିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଆଜି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରି କହିଛନ୍ତି ଯେ ସେମାନଙ୍କ ଦଳ ଆସନ୍ତା ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବେ। ପଶ୍ଚିମବଙ୍ଗରେ କଂଗ୍ରେସ ସହ ମେଣ୍ଟ ନକରି ଟିଏମସି ଏକାକୀ ଲଢ଼ିବ ବୋଲି ମମତା ଘୋଷଣା କରିବାପରେ ପଂଜାବରେ ମାନ୍ ମଧ୍ୟ ଅନୁରୂପ ଘୋଷଣା କରିଛନ୍ତି। ମାନ୍ କହିଛନ୍ତି ଦଳ ପଂଜାବରେ ଅନ୍ୟ କୌଣସି ଦଳ ସହ ମେଣ୍ଟ ନକରି ଏକାକୀ ନିର୍ବାଚନ ଲଢ଼ିବ। ଏହି ଘୋଷଣା ପରେ, ୨୦୨୪ରେ ବିଜେପି ନେତୃତ୍ବାଧୀନ ଏନଡିଏକୁ ସାମ୍ନା କରିବାକୁ ଗଠନ ହୋଇଥିବା ବିରୋଧୀ ରାଜନୈତିକ ଦଳର ଇଣ୍ଡିଆ ମେଣ୍ଟ ଦୁର୍ବଳ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି। ଅନ୍ୟପକ୍ଷେ ମମତା କଂଗ୍ରେସ ସହ ଆସନ ବୁଝାମଣା ନେଇ ଆଲୋଚନା କରିଛନ୍ତି ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ମମତା ଏହାକୁ ଖଣ୍ଡନ କରିଛନ୍ତି। ମମତା କହିଛନ୍ତି , କଂଗ୍ରେସ ସହ ଆସନ ବୁଝାମଣା ନେଇ କୌଣସି ଆଲୋଚନା ହୋଇନି। ପଶ୍ଚିମବଙ୍ଗରେ ଟିଏମ୍ସିର କଂଗ୍ରେସ ସହ କୌଣସି ସମ୍ପର୍କ ନାହିଁ ବୋଲି ମମତା କହିଛନ୍ତି।

Tags: