ଇଣ୍ଡିଆ- ବନାମ ଭାରତ ବିବାଦ ମଧ୍ୟରେ ଭାରତକୁ ଚୀନର ପରାମର୍ଶ ‘ ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ’ ରହିଛି

ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ହେଉଛି। କିନ୍ତୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଦେଶର ନାମକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ‘ଇଣ୍ଡିଆ’ ବନାମ ‘ଭାରତ’ ନାମକୁ ନେଇ ବିବାଦ ଆରମ୍ଭ ହୋଇଛି। ତେବେ ଏହି ପ୍ରସଙ୍ଗରେ ଚୀନ୍ ଭାରତକୁ ପରାମର୍ଶ ଦେବା ଆରମ୍ଭ କରିଛି। ଚୀନ୍ କହିଛି ଦେଶର ଆନ୍ତର୍ଜାତୀୟ ପ୍ରଭାବ ବୃଦ୍ଧି କରିବାପାଇଁ ଭାରତ ଏହି କାର୍ଯ୍ୟକ୍ରମକୁ ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ଚାହୁଛି। ତେବେ ଭାରତ ନାମ ବଦଳରେ […]

Samaya Live Picture
Published On

ନୂଆଦିଲ୍ଲୀ : ଭାରତ ଅଧ୍ୟକ୍ଷତାରେ ଜି-୨୦ ସମ୍ମିଳନୀ ହେଉଛି। କିନ୍ତୁ ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଦେଶର ନାମକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ‘ଇଣ୍ଡିଆ’ ବନାମ ‘ଭାରତ’ ନାମକୁ ନେଇ ବିବାଦ ଆରମ୍ଭ ହୋଇଛି। ତେବେ ଏହି ପ୍ରସଙ୍ଗରେ ଚୀନ୍ ଭାରତକୁ ପରାମର୍ଶ ଦେବା ଆରମ୍ଭ କରିଛି। ଚୀନ୍ କହିଛି ଦେଶର ଆନ୍ତର୍ଜାତୀୟ ପ୍ରଭାବ ବୃଦ୍ଧି କରିବାପାଇଁ ଭାରତ ଏହି କାର୍ଯ୍ୟକ୍ରମକୁ ଏକ ସୁଯୋଗ ଭାବେ ବ୍ୟବହାର କରିବାକୁ ଚାହୁଛି। ତେବେ ଭାରତ ନାମ ବଦଳରେ ଆହୁeରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଫୋକସ କରିବା ଉଚିତ। ଚୀନ୍ ଏହାର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ କହିଛି, ‘ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଭାରତ ଏହାର ଅର୍ଥନୈତିକ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିପାରିବ କି, ଯାହା ୧୯୪୭ ପୂର୍ବରୁ ଦେଶ ସ୍ବାଧୀନତା ହେବା ସମୟରେ। ବୈପ୍ଳବିକ ସଂସ୍କାର ବିନା ଭାରତ ବୈପ୍ଳବିକ ବିକାଶ ହାସଲ କରିପାରିବନି ବୋଲି ଚୀନ୍ର ଏହି ରିପୋର୍ଟରେ କୁହାଯାଇଛି। ଚୀନ୍ କହିଛି ଆଶା କରାଯାଉଛି ଯେ ଭାରତ ବଢ଼ୁଥିବା ବୈଶ୍ବିକ ଧ୍ୟାନର ଭଲ ଉପଯୋଗ କରିପାରିବ ଏବଂ ଏହାର ପ୍ରଭାବକୁ ଅଭିବୃଦ୍ଧିର ଏକ ପ୍ରେରଣା ଶକ୍ତିରେ ପରିଣତ କରିପାରିବ। ଯେଉଁ ସମୟରେ ସମଗ୍ର ବିଶ୍ବର ଧ୍ୟାନ ଆଗାମୀ ଜି-୨୦ ସମ୍ମିଳନୀ ଉପରେ ରହିଛି ସେହି ସମୟରେ ଭାରତ ସାରା ବିଶ୍ବ ଆଗକରେ କ’ର ପ୍ରକାଶ କରିବାକୁ ଚାହୁଛି ବୋଲି ଚୀନ୍ ପ୍ରକାଶ କରିଛି। ଚୀନ୍ ଗଣମାଧ୍ୟମରେ ପୁଣିଥରେ କୁହାଯାଇଛି ଯେ ଉପନିବେଶ ସମୟର ନାମକୁ ଉଚ୍ଛେଦ କରିବାପାଇଁ ଉଦ୍ୟମ ହେଉଛି ବୋଲି ଏହି ନାମ ପରିବର୍ତ୍ତନ ଦ୍ବାରା ଦର୍ଶାଯାଇଛି। ଚୀନ୍ କହିଛି ୧୯୯୧ ମସିହାରୁ ଅର୍ଥନୈତିକ ସଂସ୍କାର ଦୃଷ୍ଟିରୁ ମୋଦୀ ପ୍ରଶାସନ ଭାରତର ଅନ୍ୟତମ ଉଚ୍ଚାଭିଳାଷୀ ସରକାର ହୋଇପାରିଛି, ଯେତେବେଳେ ଭାରତ ଏହାର ଅର୍ଥନୀତିକୁ ଉଦାରୀକରଣ କରିବାପାଇଁ ପ୍ରମୁଖ ସଂସ୍କାର ଆରମ୍ଭ କରିଥିଲା। ତେବେ ଦୁର୍ଭାଗ୍ୟ ବସତଃ ଭାରତ ବାଣିଜ୍ୟ ସଂରକ୍ଷଣବାଦ ଆଡ଼କୁ ଗତି କରୁଛି। ଭାରତକୁ ପରାମର୍ଶ ଦେଇ ଚୀନ୍ କହିଛି ଭାରତ ଏହାର ଅର୍ଥନୈତିକ ବ୍ୟବସ୍ଥାରେ ସଂସ୍କାର ଆଣିବାପାଇଁ , ବିଦେଶୀ ପୁଞ୍ଚିନିବେଶକୁ ଆକର୍ଷିତ କରିବା ଏବଂ ବିଦେଶୀ ନିବେଶକମାନଙ୍କ ପାଇଁ ଏକ ବ୍ୟବସାୟିକ ପରିବେଶ ଯୋଗାଇବାପାଇଁ ଭାରତ ଏହାର ଜି-୨୦ ଅଧ୍ୟକ୍ଷତାକୁ ବ୍ୟବହାର କରିବା ଉଚିତ।

Tags: