‘ଇଣ୍ଡିଆ’ ନାମ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ମଧ୍ୟରେ ଅମିତାଭ ବଚ୍ଚନଙ୍କ ‘ଭାରତ ମାତା କୀ ଜୟ’ ପୋଷ୍ଟ୍
ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଆଜି ଏକ୍ସରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ପୋଷ୍ଟ୍ କରିଛନ୍ତି। ବଚ୍ଚନଙ୍କ ଏହି ପୋଷ୍ଟ୍ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଆଗାମୀ ଅଧିବେଶନରେ ମୋଦୀ ସରକାର ‘ଇଣ୍ଡିଆ’ ନାମକୁ ‘ଭାରତ’ କରିବାପାଇଁ ପ୍ରସ୍ତାବ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ସମୟରେ ବଚ୍ଚନ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦେଇ ଉକ୍ତ ଚର୍ଚ୍ଚାକୁ ଆହୁରି ସୁଦୃଢ଼ କରିଛନ୍ତି। ଅମିତାଭ ବଚ୍ଚନଙ୍କ ପୋଷ୍ଟ୍କୁ ଅନେକ ଏକ୍ସ ୟୁଜର ପ୍ରଶଂସା କରିଛନ୍ତି। […]
ନୂଆଦିଲ୍ଲୀ : ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଆଜି ଏକ୍ସରେ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ପୋଷ୍ଟ୍ କରିଛନ୍ତି। ବଚ୍ଚନଙ୍କ ଏହି ପୋଷ୍ଟ୍ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଆଗାମୀ ଅଧିବେଶନରେ ମୋଦୀ ସରକାର ‘ଇଣ୍ଡିଆ’ ନାମକୁ ‘ଭାରତ’ କରିବାପାଇଁ ପ୍ରସ୍ତାବ ଆଣିପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ଏହି ସମୟରେ ବଚ୍ଚନ ‘ଭାରତ ମାତା କୀ ଜୟ’ ସ୍ଲୋଗାନ ଦେଇ ଉକ୍ତ ଚର୍ଚ୍ଚାକୁ ଆହୁରି ସୁଦୃଢ଼ କରିଛନ୍ତି। ଅମିତାଭ ବଚ୍ଚନଙ୍କ ପୋଷ୍ଟ୍କୁ ଅନେକ ଏକ୍ସ ୟୁଜର ପ୍ରଶଂସା କରିଛନ୍ତି। ବଚ୍ଚନ ଭାରତର ଜାତୀୟ ପତାକା ଇମୋଜି ସହ ‘ଭାରତ ମାତା କୀ ଜୟ’ ଲେଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଇଣ୍ଡିଆ ନାମକୁ ଭାରତ କରିବାପାଇଁ ଏବେ ଦାବି ଜୋର ଧରିଲାଣି। ଅନେକ ପ୍ରମୁଖ ବ୍ୟକ୍ତି ଏହାକୁ ସମର୍ଥନ କରୁଛନ୍ତି। ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ପର୍ଯ୍ୟନ୍ତ ସଂସଦର ସ୍ବତନ୍ତ୍ର ଅଧିବେଶନ ଥିବାବେଳେ ଏହି ସମୟରେ ଇଣ୍ଡିଆ ନାମ ପରିବର୍ତ୍ତନ କରିବାପାଇଁ ସମ୍ବିଧାନରେ ସଂଶୋଧନ ପ୍ରସ୍ତାବ ଆସିପାରେ।




