ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ; ଦେଶର ପ୍ରଥମ ଅନଲାଇନ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ

ଭୁବନେଶ୍ୱର (ସବୁ୍ୟ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଅନଲାଇନ୍‌ ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରିଛନ୍ତି । ଏହା ଦେଶବ୍ୟାପୀ ପ୍ରଥମ ଅନଲାଇନ୍‌ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଏବଂ ଏହି ନୂଆ ଇଲେକେଫ୍ରାନିକ୍‌ ଟ୍ରେଡିଂ ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦୁତିକ […]

Samaya Live Picture
Published On

ଭୁବନେଶ୍ୱର (ସବୁ୍ୟ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଏକ ଅନଲାଇନ୍‌ ସମାରୋହରେ ଇଣ୍ଡିଆନ ଗ୍ୟାସ ଏକ୍ସଚେଞ୍ଜ(ଆଇଜିଏକ୍ସ)ର ଶୁଭାରମ୍ଭ କରିଛନ୍ତି । ଏହା ଦେଶବ୍ୟାପୀ ପ୍ରଥମ ଅନଲାଇନ୍‌ ବିତରଣ ଆଧାରିତ ଗ୍ୟାସ ଟ୍ରେଡିଂ ପ୍ଲାଟଫର୍ମ ଏବଂ ଏହି ନୂଆ ଇଲେକେଫ୍ରାନିକ୍‌ ଟ୍ରେଡିଂ ପ୍ଲାଟଫର୍ମ ଦେଶକୁ ପ୍ରାକୃତିକ ଗ୍ୟାସର ଫ୍ରି ମାର୍କେଟିଂ ପ୍ରାଇସିଂ ଦିଗରେ ଆଗେଇ ନେବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରାକୃତିକ ଗ୍ୟାସ ପାଇଁ ନୂତନ ବୈଦୁତିକ ଟ୍ରେଡିଂ ପ୍ଲାଟଫର୍ମର ଶୁଭାରମ୍ଭ ଭାରତର ଉର୍ଜା ଇତିହାସରେ ନୂତନ ଅଧ୍ୟାୟ ଖୋଲିଛି ଏବଂ ମୂଲ୍ୟ ନିର୍ଦ୍ଧାରଣରେ ଆଇଜିଏକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିବ । ଭାରତୀୟ ଗ୍ୟାସ ଆଧାରିତ ଅର୍ଥନୀତି ଦିଗରେ ଏହି ପ୍ଲାଟଫର୍ମ ସହାୟକ ହେବ ଏବଂ ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ ପଦକ୍ଷେପ ବୋଲି ସେ କହିଛନ୍ତି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ନିୟାମକ ବୋର୍ଡ( ପିଏନଜିଆରବି) ଖୁବ ଶୀଘ୍ର ଗ୍ୟାସ ପରିବହନ ପାଇଁ ଏକ ନୂତନ ପ୍ରୋ-ବିଜନେସ ଶୁÂ ନୀତି ଘୋଷଣା କରିବ । ସେହପରି ଆଇଜିଏକ୍ସ ମାଧ୍ୟମରେ ଏଲଏନଜି ଟର୍ମିନାଲ, ଗ୍ୟାସ ପାଇପଲାଇନ, ସିଜିଡି ଭିତିଭୂମି ଏବଂ ବଜାର ଚାଳିତ ମୂଲ୍ୟ ମେକାନିଜିମ୍‌ ପାଇଁ ଅନୁମତି ନିମନ୍ତେ ବଡ ପୁଞ୍ଜିନିବେଶ ପାଇଁ ଭାରତର ଦୂରଦୃଷ୍ଟି ବାସ୍ତବ ରୂପ ନେବ । ଗ୍ୟାସ କ୍ଷେତ୍ରରେ ଭାରତର ଦୀର୍ଘକାଳୀନ ଚୁଚ୍ଛି କତାର, ଅଷ୍ଟ୍ରେଲିଆ, ଋଷ ଏବଂ ଆମେରିକା ଭଳି ଅନେକ ଦେଶ ସହିତ ରହିଛି । ଏହାସହ ଋଷର ମୁଜାମବିକ୍‌ ସମେତ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଭାରତ ଋଣନୈତିକ ଆସେଟରେ ପୁଞ୍ଜିନିବେଶ କରିଛି । ଅପରପକ୍ଷରେ ଶ୍ରୀ ପ୍ରଧାନ ଏହି ଅବସରରେ ଦେଶରେ ଗ୍ୟାସ ଭିତିଭୂମିକୁ ମଜବୁତ୍‌ କରିଥିବା ପାଇଁ କ୍ରିୟାନ୍ୱୟନ ହେଉଥିବା ପ୍ରକଳ୍ପ ଯଥା ଉର୍ଜା ଗଙ୍ଗା, ଇଷ୍ଟର୍ଣ୍ଣ ଇଣ୍ଡିଆ ଗ୍ରୀଡ, ଧାମରା-ଦହେଜ୍‌ ପାଇପଲାଇନ କୋଇଲା ଗ୍ୟାସିଫିକେସନ ଏବଂ ସିବିଏମ ପଲିସି ଉପରେ ମଧ୍ୟ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଆଗାମୀ କିଛି ବର୍ଷ ମଧ୍ୟରେ ଦେଶରେ ୩୦ ହଜାର କିମି ପାଇପଲାଇନ ହେବ । ଏହାବ୍ୟତିତ ପ୍ରଧାନମନ୍ତ୍ରୀଙ୍କ ଦେଶବାସୀଙ୍କୁ ଉର୍ଜା ନ୍ୟାୟ ପ୍ରଦାନ କରିବା ଦୂରଦୃଷ୍ଟି ଦିଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ସବୁ ଭାରତୀୟ ଲୋକମାନେ ସ୍ୱଚ୍ଛ, ସୁଲଭ, ନିରନ୍ତର ଏବଂ ସମାନ ଉର୍ଜା ଯୋଗାଣ ଦିଗରେ ଭାରତ ସରକାରଙ୍କ ପକ୍ଷରୁ ନିରନ୍ତର ଉଦ୍ୟମ ଜାରୀ ରହିଛି ।