ଇଣ୍ଟରପୋଲ୍‌ ୱାଣ୍ଟେଡ ଲିଷ୍ଟ୍‌ରେ ଖଲିସ୍ତାନୀ ଆତଙ୍କବାଦୀ କରନବୀର ସିଂହ

ନୂଆଦିଲ୍ଲୀ: ଇଣ୍ଟରନେସନାଲ୍‌ କ୍ରିମିନାଲ ପୁଲିସ ଅର୍ଗାନାଇଜେସନ୍‌ ( ଅନ୍ତର୍ଜାତୀୟ ଅପରାଧ ପୁଲିସ ଅନୁଷ୍ଠାନ) ତଥା ଇଣ୍ଟରପୋଲ୍‌ ଆଜି ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ବାବ୍ବର ଖଲ୍‌ସା ଇଣ୍ଟରନେସନାଲ୍‌ର ଜଣେ ସଦସ୍ୟ କରନବୀର ସିଂହ ବିରୋଧରେ ଏକ ରେଡ୍‌ କର୍ନର ନୋଟିସ୍‌ ଜାରି କରିଛି। କରନବୀରକୁ ଇଣ୍ଟରପୋଲ୍‌ ୱାଣ୍ଟେଡ୍‌ ଲିଷ୍ଟରେ ସାମିଲ କରାଯାଇଛି। ପଂଜାବର କରନବୀର ସିଂହ ଏବେ ପାକିସ୍ତାନରେ ଲୁଚିଥିବା ବିଶ୍ବାସ କରାଯାଉଛି। କରନବୀର ସିଂହ ହେଉଛି ବବ୍ବର ଖଲ୍‌ସା ଅନୁଷ୍ଠାନର ଜଣେ ମୁଖ୍ୟ ସଦସ୍ୟ । ଆତଙ୍କବାଦୀ […]

Samaya Live Picture
Published On

ନୂଆଦିଲ୍ଲୀ: ଇଣ୍ଟରନେସନାଲ୍‌ କ୍ରିମିନାଲ ପୁଲିସ ଅର୍ଗାନାଇଜେସନ୍‌ ( ଅନ୍ତର୍ଜାତୀୟ ଅପରାଧ ପୁଲିସ ଅନୁଷ୍ଠାନ) ତଥା ଇଣ୍ଟରପୋଲ୍‌ ଆଜି ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ବାବ୍ବର ଖଲ୍‌ସା ଇଣ୍ଟରନେସନାଲ୍‌ର ଜଣେ ସଦସ୍ୟ କରନବୀର ସିଂହ ବିରୋଧରେ ଏକ ରେଡ୍‌ କର୍ନର ନୋଟିସ୍‌ ଜାରି କରିଛି। କରନବୀରକୁ ଇଣ୍ଟରପୋଲ୍‌ ୱାଣ୍ଟେଡ୍‌ ଲିଷ୍ଟରେ ସାମିଲ କରାଯାଇଛି। ପଂଜାବର କରନବୀର ସିଂହ ଏବେ ପାକିସ୍ତାନରେ ଲୁଚିଥିବା ବିଶ୍ବାସ କରାଯାଉଛି। କରନବୀର ସିଂହ ହେଉଛି ବବ୍ବର ଖଲ୍‌ସା ଅନୁଷ୍ଠାନର ଜଣେ ମୁଖ୍ୟ ସଦସ୍ୟ । ଆତଙ୍କବାଦୀ ୱାଧୱା ସିଂହ ଏବଂ ହରବିନ୍ଦର ସିଂହ ରିଣ୍ଡାର ସେ ଡାହାଣ ହାତ। ଉଭୟ ୱାଧୱା ସିଂହ ଏବଂ ରିଣ୍ଡା ମଧ୍ୟ ଭାରତ ଛାଡ଼ି ପାକିସ୍ତାନରେ ରହୁଥିବା କୁହାଯାଉଛି।

Tags: