ଇଡି ହାଜତରୁ କେଜ୍ରିୱାଲଙ୍କ ବାର୍ତ୍ତା ଶୁଣାଇଲେ ତାଙ୍କ ପତ୍ନୀ

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହାଜତରୁ ଲେଖିଥିବା ଏକ ଚିଠିକୁ ତାଙ୍କ ପତ୍ନୀ ତଥା ପୂର୍ବତନ ଆଇଆରଏସ୍ ଅଫିସର ସୁନିତା କେଜ୍ରିୱାଲ ସର୍ବସାଧାରଣଙ୍କୁ ଶୁଣାଇଛନ୍ତି। କେଜ୍ରିୱାଲ ତାଙ୍କ ବାର୍ତ୍ତା ମାଧ୍ୟମରେ କହିଛନ୍ତି, ମୁଁ ଅନେକ ସଂଘର୍ଷ କରିଛି। ଏହି ଗିରଫ ମତେ ଆଦୌ ଆଶ୍ଚର୍ଯ୍ୟ କରୁନାହିଁ। କେଜ୍ରିୱାଲ କହିଛନ୍ତି, ସେ ସଂଘର୍ଷ ପାଇଁ ଜନ୍ମ ହୋଇଥିଲେ ଏବଂ ଆଗକୁ ବି ଅନେକ ଚାଲେଞ୍ଜ ସାମ୍ନା କରିବେ। ତେବେ ସେ ଜେଲ୍ ଭିତରେ ରୁହନ୍ତୁ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଇଡି ହାଜତରୁ ଲେଖିଥିବା ଏକ ଚିଠିକୁ ତାଙ୍କ ପତ୍ନୀ ତଥା ପୂର୍ବତନ ଆଇଆରଏସ୍ ଅଫିସର ସୁନିତା କେଜ୍ରିୱାଲ ସର୍ବସାଧାରଣଙ୍କୁ ଶୁଣାଇଛନ୍ତି। କେଜ୍ରିୱାଲ ତାଙ୍କ ବାର୍ତ୍ତା ମାଧ୍ୟମରେ କହିଛନ୍ତି, ମୁଁ ଅନେକ ସଂଘର୍ଷ କରିଛି। ଏହି ଗିରଫ ମତେ ଆଦୌ ଆଶ୍ଚର୍ଯ୍ୟ କରୁନାହିଁ। କେଜ୍ରିୱାଲ କହିଛନ୍ତି, ସେ ସଂଘର୍ଷ ପାଇଁ ଜନ୍ମ ହୋଇଥିଲେ ଏବଂ ଆଗକୁ ବି ଅନେକ ଚାଲେଞ୍ଜ ସାମ୍ନା କରିବେ। ତେବେ ସେ ଜେଲ୍ ଭିତରେ ରୁହନ୍ତୁ କି ବାହାରେ ତାଙ୍କ ଜୀବନର ପ୍ରତିଟି ମୁହୂର୍ତ୍ତ ଦେଶ ପାଇଁ ସମର୍ପିତ। ତାଙ୍କ ରକ୍ତର ପ୍ରତିଟି ବୁନ୍ଦା ଦେଶପାଇଁ ସମର୍ପିତ ବୋଲି ସେ କହିଛନ୍ତି। ସେ ଖୁବ୍ ଶୀଘ୍ର ଫେରିବେ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମଧ୍ୟ ନିଶ୍ଚିତ କରିଛନ୍ତି ଯେ ସେ କେବେ ବି ତାଙ୍କ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବେନାହିଁ। ସେ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବ ପୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଇଡି ହାଜତରେ ରହିବେ।

Tags: