ଇଡି, ସିବିଆଇକୁ ଡରିବା ଆବଶ୍ୟକ ନାହିଁ : ସତ୍ୟପାଲ ମଲିକ
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏବେ ବିରୋଧୀ ଦଳ ଏକତାକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଥିବାବେଳେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସତ୍ୟପାଲ କହିଛନ୍ତି, ମୁଁ ସମସ୍ତ ନେତାଙ୍କୁ ଏହା କହୁଛି ଯେ ଆପଣମାନେ ଇଡି ଏବଂ ସିବିଆଇ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆପଣମାନେ ଇଡି ଓ ସିବିଆଇକୁ ଆଦୌ ଡରନ୍ତୁ ନାହିଁ। ସତକୁ ସାମ୍ନା […]
ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଏବେ ବିରୋଧୀ ଦଳ ଏକତାକୁ ନେଇ ସାରା ଦେଶରେ ରାଜନୈତିକ ମାହୋଲ ସରଗରମ ରହିଥିବାବେଳେ ଜମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ ପୁଣି ଥରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସତ୍ୟପାଲ କହିଛନ୍ତି, ମୁଁ ସମସ୍ତ ନେତାଙ୍କୁ ଏହା କହୁଛି ଯେ ଆପଣମାନେ ଇଡି ଏବଂ ସିବିଆଇ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଆପଣମାନେ ଇଡି ଓ ସିବିଆଇକୁ ଆଦୌ ଡରନ୍ତୁ ନାହିଁ। ସତକୁ ସାମ୍ନା କରନ୍ତୁ। ୨୦୨୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ଦଳର ପରାଜୟ ସୁନିଶ୍ଚିତ। ଆଗାମୀ ନିର୍ବାଚନରେ ବିଜେପି ସରକାର ତିଷ୍ଠିବ ନାହିଁ। ତା’ପରେ ମୋଦୀ ଜୀ ଏବଂ ତାଙ୍କ ସହଯୋଗୀମାନଙ୍କ ବାବଦରେ ତଦନ୍ତ କରିବ। ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି ବର୍ତ୍ତମାନ ଆପଣ ସାହସର ସହିତ କେନ୍ଦ୍ର ସରକାରଙ୍କ ଏହି ଏଜେନ୍ସିଗୁଡ଼ିକର ସାମ୍ନା କରିବା ଉଚିତ୍। ଆଉ ମାତ୍ର ୬ ମାସ ପରେ, ସେମାନଙ୍କର ପରାଜୟ ନିଶ୍ଚିତ।ଏହା ପରେ ଅଧିକାରୀମାନେ ମଧ୍ୟ ଅନୁଭବ କରିବେ ଯେ ବର୍ତ୍ତମାନ ଚାଲିଯିବାର ସମୟ ଆସିଛି, ତେଣୁ କିଛି କରିବାର ଆବଶ୍ୟକତା ନାହିଁ। ଏହା ପରେ କେବଳ କ୍ଷମତାରେ ବସିଥିବା ବିଜେପି ଲୋକଙ୍କର ଅନୁସନ୍ଧାନ କରାଯିବ।




