ଇଡି ଚାର୍ଜସିଟରେ ଆପ୍ ସାଂସଦ ରାଘବ ଚଢ଼ା

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ଏହାର ଦ୍ବିତୀୟ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି। ଇଡିର ଦ୍ବିତୀ୍ୟ ଅତିରିକ୍ତ ଚାର୍ଜସିଟରେ ଆପ୍ ସାଂସଦ ରାଘବ ଚଢ଼ାଙ୍କ ନାମ ରହିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦଙ୍କ ବିବୃତି ଅନୁଯାୟୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ଏକ ବୈଠକ ହୋଇଥିଲା ଏବଂ ଏହି ବୈଠକରେ ରାଘବ ଚଢ଼ା ଉପସ୍ଥିତ ଥିଲେ। ପଂଜାବର ଅବକାରୀ କମିସନର […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଆଜି ଏହାର ଦ୍ବିତୀୟ ଅତିରିକ୍ତ ଚାର୍ଜସିଟ୍ ଦାଖଲ କରିଛି। ଇଡିର ଦ୍ବିତୀ୍ୟ ଅତିରିକ୍ତ ଚାର୍ଜସିଟରେ ଆପ୍ ସାଂସଦ ରାଘବ ଚଢ଼ାଙ୍କ ନାମ ରହିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପୂର୍ବତନ ସଚିବ ସି ଅରବିନ୍ଦଙ୍କ ବିବୃତି ଅନୁଯାୟୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନରେ ଏକ ବୈଠକ ହୋଇଥିଲା ଏବଂ ଏହି ବୈଠକରେ ରାଘବ ଚଢ଼ା ଉପସ୍ଥିତ ଥିଲେ। ପଂଜାବର ଅବକାରୀ କମିସନର ମଧ୍ୟ ଏହିି ବୈଠକରେ ଉପସ୍ଥିତ ଥିଲେ। ସି ଅରବିନ୍ଦଙ୍କ ଟିପ୍ପଣୀ ଆଧାରରେ ଇଡି ଏହାର ଚାର୍ଜସିଟ୍ରେ ରାଘବ ଚଢ଼ାଙ୍କ ନାମ ଯୋଡ଼ିଛି। ଉଲ୍ଲେଖଯୋଗ୍ୟ ଯେ ସିବିଆଇ ଚାର୍ଜସିଟରେ ସିସୋଦିଆଙ୍କୁ ଅଭିଯୁକ୍ତ ଦର୍ଶାଯିବାର ମାତ୍ର କିଛି ଦିନ ପରେ ଇଡି ଚାର୍ଜସିଟରେ ଆପ୍ ସାଂସଦ ରାଘବ ଚଢ଼ାଙ୍କ ନାମ ରହିଛି।

Tags: