ଇଡିର ଭାରପ୍ରାପ୍ତ ନିର୍ଦ୍ଦେଶକ ହେଲେ ରାହୁଲ ନବୀନ
ନୂଆଦିଲ୍ଲୀ: ୧୯୯୩ ବ୍ୟାଚ୍ର ଆଇଆରଏସ ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୂଆ ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ନିୟମିତ ନିର୍ଦ୍ଦେଶକ ନିଯୁକ୍ତ ହେବା ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଇଡି ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର ତାଙ୍କ ପଦରୁ ଓହରିଯାଇଛନ୍ତି। ପୂର୍ବରୁ ରାହୁଲ ନବୀନ ଇଡି ମୁଖ୍ୟାଳୟରେ ମୁଖ୍ୟ ଭିଜିଲାନ୍ସ ଅଧିକାରୀଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ, ଜୁଲାଇରେ ସୁପ୍ରିମକୋର୍ଟ ସଂଜୟ […]
ନୂଆଦିଲ୍ଲୀ: ୧୯୯୩ ବ୍ୟାଚ୍ର ଆଇଆରଏସ ଅଧିକାରୀ ରାହୁଲ ନବୀନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନୂଆ ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବେ କେନ୍ଦ୍ର ସରକାର ନିଯୁକ୍ତ କରିଛନ୍ତି। ନିୟମିତ ନିର୍ଦ୍ଦେଶକ ନିଯୁକ୍ତ ହେବା ପର୍ଯ୍ୟନ୍ତ କିମ୍ବା ଅନ୍ୟାଦେଶ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଇଡି ନିର୍ଦ୍ଦେଶକ ସଂଜୟ କୁମାର ମିଶ୍ର ତାଙ୍କ ପଦରୁ ଓହରିଯାଇଛନ୍ତି। ପୂର୍ବରୁ ରାହୁଲ ନବୀନ ଇଡି ମୁଖ୍ୟାଳୟରେ ମୁଖ୍ୟ ଭିଜିଲାନ୍ସ ଅଧିକାରୀଭାବେ କାର୍ଯ୍ୟ କରୁଥିଲେ। ଉଲ୍ଲେଖଯୋଗ୍ୟ, ଜୁଲାଇରେ ସୁପ୍ରିମକୋର୍ଟ ସଂଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। ପରେ ଅବଧି ଆଉ ବୃଦ୍ଧି କରାଯିବ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିଥିଲେ।




